ଜଗନ୍ନାଥପୁର ରେଳ ଷ୍ଟେଶନରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଧାରଣା

ଛତ୍ରପୁର,୩୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଓ କେଟିଏନପୁର ଗ୍ରାମର ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ରବିବାର ବିଭିନ୍ନ ଦାବି ନେଇ ଜଗନ୍ନାଥପୁର ରେଳଷ୍ଟେଶନଠାରେ ଏକ ଘଣ୍ଟା ଧରି ଧାରଣା ଦିଆଯାଥିଲା। ଏହି ଅବସରରେ ବ୍ରହ୍ମପୁର ବରିଷ୍ଠ ନାଗରିକ କମିଟି ମଞ୍ଚ ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା ଉଦବୋଧ୍‌ନ ଦେଇ କହିଥିଲେ ଜଗନ୍ନାଥପୁର ରେଳଷ୍ଟେଶନ ହେଉଛି ଗ୍ରାମାଞ୍ଚଳର ଏକ ପ୍ରାଣକେନ୍ଦ୍ର। ଏହି ଅଞ୍ଚଳରେ ଭାରତୀୟ ଖାଦ୍ୟ ନିଗମ, ପାରାଳା ଇଞ୍ଜିନିୟରିଂ କଲେଜ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଜଗନ୍ନାଥପୁର ରେଳ ଫାଟକ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକମାନଙ୍କୁ ଭୁବନେଶ୍ୱର ଯିବାକୁ କୌଣସି ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡିକ ଜଗନ୍ନାଥପୁର ଷ୍ଟେଶନ ରହୁନାହିଁ ବୋଲି ସେ କହିଥିଲେ। ଜଗନ୍ନାଥପୁର ଷ୍ଟେଶନ ପରିଚାଳକଙ୍କ ମନମୂଖୀ କାର୍ଯ୍ୟଦ୍ବାରା ଜଗନ୍ନାଥପୁରଷ୍ଟେଶନ ରୁଗୁଣଅସ୍ଥାରେ ପଡ଼ିଥିବା ବେଳେ ରେଳ ଟିକେଟ କାଉଣ୍ଟର ସମ୍ମୁଖରେ ସର୍ବଦା ମାଲ ବୋଝେଇ ଗାଡ଼ି ଅଟକି ରହୁଥିବାର ବହୁ ଅସୁବିଧା ହେଉଛି।
ଏହି ଧାରଣାରେ ଅସର ପ୍ରାପ୍ତ ଶିକ୍ଷକ ନେତା ବିଜୟ କୁମାର ବେହେରା ଅବସରପ୍ରାପ୍ତ ସାମରିକ କର୍ଣ୍ଣେଲ ରାମ ଚନ୍ଦ୍ର ଗୌଡ଼, ଉଦୟ ନାଥ ସେଠୀ ପ୍ରମୁଖ ଉପସ୍ଥିତଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ମାଣ୍ଡିପଙ୍କା ଗସ୍ତ, ପୀଡ଼ିତାଙ୍କ ପରିବାରକୁ ଭେଟିଲେ…

ଦାରିଙ୍ଗବାଡି, ୨୭।୧୧ (ଅରୁଣ ସାହୁ)-କନ୍ଧମାଳ ଜିଲାକୁ ୩ ଦିନିଆ ଗସ୍ତରେ ଆସିଛନ୍ତି ଓଡିଶା ରାଜ୍ୟ ଖାଦ୍ୟ କମିଶନ ଇଂ ଅବନୀକାନ୍ତ ସାହୁ। ସେ ପ୍ରଥମେ ଦାରିଙ୍ଗବାଡିରେ...

ଏମ୍‌ସିଏଲ୍‌ର ସମ୍ମାନଜନକ ସମର୍ଥନ ପାଇଲେ କଳାହାଣ୍ଡିର ଯୁବ ଆଥ୍‌ଲେଟ୍‌ ଆକାଶ ମୁଣ୍ଡ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)-ମହାନଦୀ କୋଲଫିଲଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ସମ୍ମାନଜନକ ସମର୍ଥନ ପାଇଛନ୍ତି କଳାହାଣ୍ଡିର ଯୁବ ଆଥେଲେଟ୍‌ ଆକାଶ ରଞ୍ଜନ ମୁଣ୍ଡ। ଏହି ପ୍ରତିଭାବାନ ଆଥଲେଟ୍‌ ଷ୍ଟେଟ...

ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ର ହସ୍ତକ୍ଷେପ ପରେ ଦୁଇ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ ହୋଇଛନ୍ତି। ଏ...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ

ବେଗୁନିଆପଡ଼ା ,୨୭।୧୧(ସୁଶାନ୍ତ କୁମାର ପଟ୍ଟନାୟକ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ...

୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ

ମୋହନା,୨୭।୧୧( ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍‌ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା...

କୋରାପୁଟ ବସ୍‌ଷ୍ଟାଣ୍ଡରେ ଛୁରା ମାଡ଼

କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍‌. କାସିମଙ୍କୁ କିଛି ଦୁର୍ବୃତ୍ତ...

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ୧୦ ଜଣଙ୍କଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ

ଯାଜପୁର,୨୭।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣଙ୍କଙ୍କ ଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି। ଜିଲ୍ଲା ଦୌରାଜଜ୍‌ ଏହି ଶୁଣାଣିକୁ...

ଆର୍ଥିକ ସହାୟତା ଅପେକ୍ଷାରେ ସୁସ୍ମିତା, ଆଜି ବି ସ୍ବପ୍ନ ଅଛି ଡାକ୍ତର ହେବେ

ଦାରିଙ୍ଗବାଡି,୨୭।୧୧(ଅରୁଣ ସାହୁ): ଡାକ୍ତରୀ ପାଠ ପଢି ନିଜ ଅଞ୍ଚଳ ରୋଗୀଙ୍କ ସେବା କରିବାକୁ ଇଚ୍ଛା ରଖିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ଗୌଡ଼ ସାହିର ଛାତ୍ରୀ ସୁସ୍ମିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri