ଛତ୍ରପୁର,୩୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଓ କେଟିଏନପୁର ଗ୍ରାମର ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ରବିବାର ବିଭିନ୍ନ ଦାବି ନେଇ ଜଗନ୍ନାଥପୁର ରେଳଷ୍ଟେଶନଠାରେ ଏକ ଘଣ୍ଟା ଧରି ଧାରଣା ଦିଆଯାଥିଲା। ଏହି ଅବସରରେ ବ୍ରହ୍ମପୁର ବରିଷ୍ଠ ନାଗରିକ କମିଟି ମଞ୍ଚ ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣା ଉଦବୋଧ୍ନ ଦେଇ କହିଥିଲେ ଜଗନ୍ନାଥପୁର ରେଳଷ୍ଟେଶନ ହେଉଛି ଗ୍ରାମାଞ୍ଚଳର ଏକ ପ୍ରାଣକେନ୍ଦ୍ର। ଏହି ଅଞ୍ଚଳରେ ଭାରତୀୟ ଖାଦ୍ୟ ନିଗମ, ପାରାଳା ଇଞ୍ଜିନିୟରିଂ କଲେଜ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଥିଲେ ମଧ୍ୟ ଦୀର୍ଘ ଦିନ ହେଲା ଜଗନ୍ନାଥପୁର ରେଳ ଫାଟକ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକମାନଙ୍କୁ ଭୁବନେଶ୍ୱର ଯିବାକୁ କୌଣସି ଏକ୍ସପ୍ରେସ୍ ଟ୍ରେନ୍ଗୁଡିକ ଜଗନ୍ନାଥପୁର ଷ୍ଟେଶନ ରହୁନାହିଁ ବୋଲି ସେ କହିଥିଲେ। ଜଗନ୍ନାଥପୁର ଷ୍ଟେଶନ ପରିଚାଳକଙ୍କ ମନମୂଖୀ କାର୍ଯ୍ୟଦ୍ବାରା ଜଗନ୍ନାଥପୁରଷ୍ଟେଶନ ରୁଗୁଣଅସ୍ଥାରେ ପଡ଼ିଥିବା ବେଳେ ରେଳ ଟିକେଟ କାଉଣ୍ଟର ସମ୍ମୁଖରେ ସର୍ବଦା ମାଲ ବୋଝେଇ ଗାଡ଼ି ଅଟକି ରହୁଥିବାର ବହୁ ଅସୁବିଧା ହେଉଛି।
ଏହି ଧାରଣାରେ ଅସର ପ୍ରାପ୍ତ ଶିକ୍ଷକ ନେତା ବିଜୟ କୁମାର ବେହେରା ଅବସରପ୍ରାପ୍ତ ସାମରିକ କର୍ଣ୍ଣେଲ ରାମ ଚନ୍ଦ୍ର ଗୌଡ଼, ଉଦୟ ନାଥ ସେଠୀ ପ୍ରମୁଖ ଉପସ୍ଥିତଥିଲେ।