ରାସ୍ତା ମରାମତି ନ ହେଲେ ଧାରଣା

ଭଦ୍ରକ ଅଫିସ, ୧୧ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭଦ୍ରକ-ଆନନ୍ଦପୁର ରାସ୍ତାର ବରପଦା ଛକରେ ଧାରଣା ଦେବାକୁ ସମ୍ପୃକ୍ତ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଏନେଇ ସୋମବାର ଭଦ୍ରକ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ରାସ୍ତା ସମସ୍ୟା ନେଇ ପୂର୍ବରୁ ଏକାଧିକବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଭଦ୍ରକ ବିଡିଓ, ବନ୍ତ ତହସିଲଦାର, ସହକାରୀ ଯନ୍ତ୍ରୀ ରାସ୍ତାର ଦୁରାବସ୍ଥା ପରିଦର୍ଶନ କରି ୭ ଦିନ ଭିତରେ ରାସ୍ତା ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବନ୍ତ ବ୍ଲକ ରାମକୃଷ୍ଣପୁର ରାମପୁର ପଞ୍ଚାୟତର ଚାରିତିରା ଓ କାଜିପୋଖରୀ ଗ୍ରାମ୍ୟ ରାସ୍ତାକୁ ଯାତାୟାତ ଉପଯୋଗୀ ମରାମତି କରାଯାଇଛି। କିନ୍ତୁ ଭଦ୍ରକ ବ୍ଲକ ଅଧୀନରେ ଥିବା ବରପଦା ହନୁମାନ ଛକଠାରୁ ଚାରିତିରା ଓ କାଜିପୋଖରୀ ସଂଯୁକ୍ତ ରାସ୍ତା ଆଦୌ ମରାମତି କରାଯାଇନାହିଁ। ଦୀର୍ଘ ୧୫ ବର୍ଷ ଧରି ଏହି ରାସ୍ତା ମରାମତି ହୋଇ ନ ଥିବାରୁ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ରାସ୍ତାର ତୁରନ୍ତ ମରାମତି ଦାବିରେ ଚାରିତିରା, କାଜିପୋଖରୀ ଗ୍ରାମର ସନ୍ଦୀପ ମହାପାତ୍ର, ଭାସ୍କର ବେହୁରା, ଗୋବିନ୍ଦ ମଲ୍ଲିକ, ଉଗ୍ରେସନ ମହାପାତ୍ର, ତ୍ରିଲୋଚନ ରାଉତ, ବୁବୁ ସାମଲ, ଚିଣ୍ଟୁ ପାଲ, ପୁପୁନା ସାମଲ, ଶିବ ବେହୁରା, ଦାମୋଦର ନାୟକ, ଜଟିଆ ମହାନ୍ତିଙ୍କ ପ୍ରମୁଖଙ୍କ ନେତୃତ୍ୱରେ ଗ୍ରାମବାସୀ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

ଚାଷୀଙ୍କୁ କ୍ଷତିପୂରଣ ଦାଦି କଲା ବିଜେଡି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୨୩।୧୨(ସନ୍ତୋଷ ପାଢ଼ୀ ): ଅଦିନିଆ ବର୍ଷାର ପ୍ରକୋପରେ ଗଞ୍ଜାମ ଜିଲାର ୨୨ବ୍ଲକର ପାଖାପାଖି ୩,୩୧,୫୦୦ରୁ ଅଧିକ ଧାନ ଚାଷୀ ପରିବାର ସହ ସମସ୍ତ ବର୍ଗର କୃଷକ...

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri