ଚଣ୍ଡିଖୋଲ,୪ା୫(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରୀ ଠେଙ୍ଗଡରେଳ ଷ୍ଟେଶନକୁ ଦିତୀୟ ଶ୍ରେଣୀ ମାନ୍ୟତା ପ୍ରଦାନ ଦାବିରେ ବୁଧବାରଠାରୁ ଗଣଧାରଣା ଆରମ୍ଭ ହୋଇଛି। ବରୀ ଠେଙ୍ଗଡ ରେଳଷ୍ଟେଶନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଏହି ଧାରଣା ଆରମ୍ଭ ହୋଇଥିବାବେଳେ ଆସନ୍ତା ୮ ତାରିଖରେ ରେଳ ରୋକୋ କରାଯିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଗଣଧାରଣା ଓ ପ୍ରତୀକ ଅନଶନ ଧର୍ମଘଟ କରାଯିବ। ଯଦି ପୂର୍ବତଟ ରେଳବାଇ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଏ ତେବେ ରେଳରୋକୋ କରାଯିବ ବୋଲି କୁହାଯାଇଛି। କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦ୍ୟୁତ ପ୍ରତାପ, ସମ୍ପାଦକ ଉମେଶ ରାଉତ, ସ୍ଥାନୀୟ ବନ୍ତଳା ସରପଞ୍ଚ ସମୀର ରାଉତ ଓ ଦୀପକ ପ୍ରତାପଙ୍କ ନେତୃତ୍ୱରେ ପଞ୍ଚାୟତବାସୀ ଧାରଣାରେ ସାମିଲ ହୋଇଥିଲେ। ତାଙ୍କର ଅଭିଯୋଗ ମୁତାବକ, ଏହି ରେଳ ଷ୍ଟେଶନ ଉପରେ ହଜାରହଜାର ଲୋକ ନିର୍ଭର କରୁଛନ୍ତି। ହେଲେ ଏଠାରେ କୌଣସି ଦ୍ରୁତଗାମୀ କିମ୍ବା ପାସେଞ୍ଜର ଟ୍ରେନ ରହୁନାହିଁ। ଦ୍ୱିତୀୟ ଶ୍ରେଣୀ ମାନ୍ୟତା ମିଳିଲେ ସମସ୍ତ ଟ୍ରେନ ଏଠାରେ ରହିବ।