ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଧାରଣା

ଚାନ୍ଦବାଲି,୨୪।୭ (କିଶାନ ପାତ୍ର)-ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଉକ୍ତ ଗାଁର ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ବର୍ଷେ ପରେ ମଧ୍ୟ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ନ ମିଳବାରୁ ସୋମବାର ତାଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନା ଆଗରେ ଧାରଣାରେ ବସିଛନ୍ତି।
୨୦୨୨ ଅଗଷ୍ଟ ୧୯ରେ ନାବାଳିକା ରାତିରେ ଦୋକାନରୁ ଫେରୁଥିବା ବେଳେ ଉକ୍ତ ଯୁବକ ତାଙ୍କୁ ବିଲ ମଧ୍ୟକୁ ଟେକିନେଇ ବଳାତ୍କାର କରିଥିଲେ। ଏନେଇ ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ମାମଲା (ନଂ.୨୬୫/୨୨) ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅଭିଯକ୍ତ ଫେରାର ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ନାବାଳିକାଙ୍କ ବାପା କହିଛନ୍ତି।