ନକଲି ମହାପ୍ରସାଦକୁ ନେଇ ଚିନ୍ତା

ମହାପ୍ରଭୁଙ୍କ ଅବଢ଼ା ନାଁ ଶୁଣିଦେଲେ ମନରେ ଭରିଯାଏ ଭକ୍ତି। ଟିକେ ମହାପ୍ରସାଦ ପାଇଗଲେ ଜୀବନ ଧନ୍ୟ ହୋଇଯିବା ଭଳି ମନେ ହୁଏ। ହେଲେ ମହାପ୍ରସାଦ ବି ନକଲି ପ୍ରସ୍ତୁତ ହେବା ସହ ବିକ୍ରି ହେଉଥିବା ଅଭିଯୋଗ ଉଠିଛି। ଶ୍ରୀମନ୍ଦିରରେ ଯେପରି ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ, ସେହିଭଳି ଅବିକଳ ପ୍ରସ୍ତୁତ କରାଯାଉଛି। ଏଭଳି କାର୍ଯ୍ୟକୁ ଭକ୍ତ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମହାପ୍ରଭୁଙ୍କୁ ଅପମାନ ବୋଲି କହିବା ସହ ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୁରୀ,୧୭ା୬ (ଅଜିତ୍‌ ମହାନ୍ତି) ପୁରୀ ବାଶେଳିସାହି ଥାନା ଅନ୍ତର୍ଗତ ପାଇକସାହିର ଏକ ସ୍ଥାନରେ ଗୋଟିଏ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିବା ଶୁକ୍ରବାର ଦେଖିବାକୁ ମିଳିଛି। ଏହାକୁ ଭକ୍ତଙ୍କୁ ବିକ୍ରି ପାଇଁ ଉଦ୍ଦିଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ଭଳି ଅବିକଳ କୁଡ଼ୁଆ ମାଟି ହାଣ୍ଡିରେ ମହାପ୍ରସାଦ ତିଆରି କରାଯାଉଛି। ମହାପ୍ରଭୁଙ୍କ ଅଣସର ଚାଲିଥିବାବେଳେ ଶ୍ରୀମନ୍ଦିରରେ ମହାପ୍ରସାଦ ମିଳୁ ନ ଥିବା ଭକ୍ତମାନଙ୍କୁ କୁହାଯାଉଛି। ଅନେକ ଭକ୍ତ ଏନେଇ କିଛି ଜାଣି ନ ଥିବାବେଳେ କେତେଜଣ ଏହାର ଫାଇଦା ଉଠାଉଛନ୍ତି। ସେମାନେ କେତେଜଣ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି। ଏନେଇ ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କିଛି ଦିନ ହେବ ପାଇକସାହିଠାରେ ଉକ୍ତ ଟେଣ୍ଟରେ ବରାଦ ରଖାଯାଇ ମହାପ୍ରସାଦ ପ୍ରସ୍ତୁତ କରାଯାଇ ବାହାରକୁ ପଠାଯାଉଛି। ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଉକ୍ତ ସ୍ଥାନରେ ପହଞ୍ଚତ୍ବା କ୍ଷଣି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ଉକ୍ତ ସ୍ଥାନରୁ ସମସ୍ତ ଜିନିଷ ଛାଡ଼ି ପଳାଇଥିଲେ। ସେଠାରେ ମାଟି କୁଡୁଆରେ ମହାପ୍ରସାଦ ଭଳି ଅନ୍ନ, ଡାଲି ପ୍ରସ୍ତୁତ ହୋଇ ରହିଥିବାବେଳେ ଖଟା ପାଇଁ ସପୁରି ଥୁଆ ହୋଇଥିଲା। ନଡିଆ କୋରା ହେବା ସହ ବିଭିନ୍ନ ପରିବା କଟା ହୋଇ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଟପ୍‌ଗୁଡ଼ିକରେ ରୋଷେଇ ପରେ କୁଡ଼ୁଆରେ ଭର୍ତ୍ତି କରାଯାଇ ମହାପ୍ରସାଦ ବା ଅବଢ଼ାର ରୂପ ଦେବା ପାଇଁ ଚେଷ୍ଟା କରାଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ରୋଷେୟା ବଳିଆଙ୍କୁ ପଚାରିବାରୁ ତାଙ୍କ ସାହିରେ ଜଣେ ବ୍ୟକ୍ତିଙ୍କ ଶୁଦ୍ଧି କାର୍ଯ୍ୟ ରହିଥିବାରୁ ରୋଷେଇ ହେଉଛି, ତାହା ମହାପ୍ରସାଦ ନୁହେଁ ବୋଲି ସେ କହିଛନ୍ତି। ତେବେ ଟପ୍‌ରେ ରାନ୍ଧି କୁଡିଆଗୁଡ଼ିକରେ କାହିଁକି ଭର୍ତ୍ତି କରାଯାଉଛି ବୋଲି ପଚାରିବାରୁ ବାହାରୁ ଲୋକ ଆସିବାର କାର୍ଯ୍ୟକ୍ରମ ରହିଛି, ତେଣୁ ଏପରି ଅନ୍ନ, ଡାଲିଗୁଡ଼ିକୁ କୁଡ଼ୁଆରେ ଭର୍ତ୍ତି କରିଛୁ ବୋଲି ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଶୁକ୍ରବାର ଘଣାଲାଗି ଶ୍ରୀମନ୍ଦିରରେ ଅବଢା ବନ୍ଦ ଥିବାରୁ ଶୁଦ୍ଧି କାର୍ଯ୍ୟରେ ୩୦୦ଲୋକଙ୍କ ପାଇଁ ରନ୍ଧା ହୋଇଥିଲା। ୧୦ଟି ମଠ କୁଡିଆ ଅନ୍ନ, ୨୦ ହାଣ୍ଡି ଡାଲି, ବେସର ଆଦି ପ୍ରସ୍ତୁତ କରାଯାଉଛି। ଏହି ରୋଷେଇ ପାଇଁ ତାଙ୍କୁ ଶ୍ରୀମନ୍ଦିରର ଜଣେ ସେବାୟତ ଡାକିଥିଲେ। ଏହା ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇନାହିଁ ବୋଲି ବଳିଆ କହିଛନ୍ତି। ଅପରପକ୍ଷରେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଗୁରୁବାର ରାତିରୁ ୩୦ଜଣ ଲୋକ ରୋଷେଇ କାର୍ଯ୍ୟରେ ନିୟୋଜିତ ଥିଲେ। ଟ୍ରଲି ସାହାଯ୍ୟରେ ଅବଢା ଯାଇଥିବା ସେ ଦେଖିଛନ୍ତି। ତେବେ ଏପରି କାର୍ଯ୍ୟ ଠିକ୍‌ ନୁହେଁ। ଭକ୍ତଙ୍କ ମନକୁ ଏପରି ଘଟଣା ଆଘାତ ଦେଉଛି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ନକଲି ମହାପ୍ରସାଦ ପ୍ରସ୍ତୁତି ଓ ବିକ୍ରିରୁ ଅସାଧୁ ବ୍ୟକ୍ତି କ୍ଷାନ୍ତ ରୁହନ୍ତୁ। ପୂର୍ବରୁ ଅନେକ ସମୟରେ ପରିଚାଳନା କମିଟି ବୈଠକରେ ବାହାରେ ଅବଢା ବିକ୍ରି ହେବାକୁ ନେଇ ବିରୋଧ କରାଯାଇଛି। ଫଳରେ ତାହା ବନ୍ଦ ରହିଥିଲା। ତେଣୁ ଏଥିପ୍ରତି ସୁଆର ମହାସୁଆର ନିଯୋଗ ଧ୍ୟାନ ଦେବା ସହ ଏପରି କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ତେବେ ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତିି, ନକଲି ମହାପ୍ରସାଦ ପ୍ରସ୍ତୁତ ହୋଇ ବିକ୍ରି ହେଉଥିବା ନେଇ ନିର୍ଦ୍ଦିଷ୍ଟ ଭାବରେ ଅଭିଯୋଗ ଆସିଲେ ଏହାଉପରେ ତଦନ୍ତ କରାଯିବ। ତେବେ ମହାପ୍ରସାଦ କହି କେହି ବିକୁଥିବାର ଦୃଶ୍ୟ ହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri