ଅଫ୍‌ଲାଇନ ପାଠପଢ଼ା ଚିନ୍ତା

ରାଜୀବ କୁମାର ନାୟକ

କରୋନା ପ୍ରଭାବରେ ଛାତ୍ରୀଛାତ୍ରମାନେ ପାଖାପାଖି ଦେଢ଼ବର୍ଷ ହେଲା ବିଦ୍ୟାଳୟର ଦ୍ୱାର ମାଡ଼ି ନ ଥିବା ବେଳେ ଏହା ଭିତରେ ଓଡ଼ିଶା ସରକାର ଅନ୍‌ଲାଇନ ଶିକ୍ଷାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କ ସକାଶେ ଅଫ୍‌ଲାଇନରେ ପାଠପଢ଼ା ପାଇଁ ବ୍ୟଗ୍ରତା ଦେଖାଇଛନ୍ତି। ଅନ୍‌ଲାଇନ ଶିକ୍ଷା ଯେଉଁ ଦିନଠାରୁ ଆରମ୍ଭ ହୋଇଛି, ସେହିଦିନଠାରୁ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳୁଛି। ଯେମିତି ଇଣ୍ଟରନେଟ୍‌ ସେବା ଠିକ୍‌ ଭାବରେ ଉପଲବ୍ଧ ହେଉ ନ ଥିବାରୁ କେଉଁଠି ଛାତ୍ରୀଛାତ୍ର ପାଣିଟାଙ୍କି ଉପରେ ଚଢ଼ି ଅନ୍‌ଲାଇନ ଶିକ୍ଷା ଗ୍ରହଣ କରୁଥିବାର ଚିତ୍ର ଗଣମାଧ୍ୟମରୁ ଦେଖିବାକୁ ମିଳୁଛି ତ କେଉଁଠି ପାଠ ପଢ଼ିବା ବଦଳରେ ମୋବାଇଲର କୁବ୍ୟବହାର ବଢ଼ିଥିବା ଅଭିଯୋଗ ଆସୁଛି।
ଗତବର୍ଷ ସରକାର ଓଡ଼ିଶା ଶିକ୍ଷା ସଂଯୋଗ ନାମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କ ସକାଶେ ଏକ ପ୍ରୟାସ ଆରମ୍ଭ କରିଥିଲେ, ଯଦ୍ଦ୍ବାରା ନିଜ ନିଜ ଆଣ୍ଡ୍ରଏଡ୍‌ ସେଟରେ ବ୍ଲକସ୍ତରରେ ପରିଚାଳିତ ହ୍ବାଟ୍ସଆପ୍‌ ଗ୍ରୁପ ମାଧ୍ୟମରେ ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ମଧ୍ୟ ଆପ୍‌ ଡାଉନ୍‌ଲୋଡ କରି ଅନ୍‌ଲାଇନରେ ଯାହା ଯାହା ପଢ଼ାଯିବ ଘରେ ବସି ଦେଖିପାରିବେ ଏବଂ ମେସେଜ୍‌ ପଠାଇ ସନ୍ଦେହ ଦୂର କରିପାରିବେ ବୋଲି କୁହାଯାଉଥିଲା। ସରକାର ଯେଉଁ ସ୍ଥାନରେ ମୋବାଇଲ ତଥା ଇଣ୍ଟରନେଟର ସୁବିଧା ନାହଁି, ଜଣେ କରି ଶିକ୍ଷକ ଗୋଟିଏ ଗୋଟିଏ ଗାଁକୁ ଯାଇ ସାମାଜିକ ଦୂରତା ବଜାୟ ପୂର୍ବକ ପିଲାମାନଙ୍କୁ ସହାୟତା ପ୍ରଦାନ କରିବା କଥା କହୁଥିଲେ। ଠିକ୍‌ ସେହିପରି ନିର୍ଦ୍ଦିଷ୍ଟ ଭାବରେ ଖୋର୍ଦ୍ଧା ଜିଲାର ପିଲାମାନଙ୍କ ସୁବିଧା ସକାଶେ ‘ଗୋଟିଏ ପିଲା ଗୋଟିଏ ପଦକ୍ଷେପ’ ଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା, ଯେଉଁଥିରେ ଆଣ୍ଡ୍ରଏଡ୍‌ ମୋବାଇଲ ଥିବା କିଛି ପିଲାଙ୍କୁ ମେଣ୍ଟରେ ନିୟୋଜିତ କରାଯାଇ ପ୍ରତି ମେଣ୍ଟରଙ୍କ ଅଧୀନରେ ଚାରିଜଣ ମୋବାଇଲ ସୁବିଧା ନ ଥିବା ବିଦ୍ୟାର୍ଥୀଙ୍କୁ ରଖାଯିବା ସହିତ ତାଙ୍କୁ ପାଠପଢ଼ାରେ ସହଯୋଗ କରାଯିବା କଥା କହିଥିଲେ। ଆହୁରି ମଧ୍ୟ ପ୍ରାକ୍ତନ ଛାତ୍ରୀଛାତ୍ର ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମୋବାଇଲ ସୁବିଧା ନ ଥିବା ବିଦ୍ୟାର୍ଥୀଙ୍କୁ ଦୈନିକ ଏକ ଘଣ୍ଟାରୁ ତିନିଘଣ୍ଟା ପର୍ଯ୍ୟନ୍ତ ମୋବାଇଲ ଦେବା, ଜିଲାରେ ଥିବା ଅନୁନ୍ନତ ଓ ଅପହଞ୍ଚ ଅଞ୍ଚଳରେ ମୋବାଇଲ ନ ଥିବା ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ ପାଣ୍ଠିରୁ ଖର୍ଚ୍ଚ କରାଯାଇ ଅନ୍‌ଲାଇନରେ ପ୍ରଦାନ କରାଯାଇଥିବା ଡକ୍ୟୁମେଣ୍ଟର ପ୍ରିଣ୍ଟ୍‌କପି ପ୍ରଦାନ କରାଯିବା ସ୍ଥିର ହୋଇଥିଲା। ଏହା କେତେ କାର୍ଯ୍ୟକାରୀ ହେଲା, କେତେ ଫଳପ୍ରଦ ହେଲା, ତା’ର ହିସାବ କାହାରି ପାଖରେ ନାହିଁ। କିନ୍ତୁ ବର୍ଷ ମୁଣ୍ଡକୁ ସମସ୍ତେ ଗୋଟିଏ କଥାରେ ଏକମତ ହେଲେ ଯେ ଅଫ୍‌ଲାଇନ ଶିକ୍ଷା ବିନା ଅନ୍‌ଲାଇନ ଶିକ୍ଷା କେବଳ ନାମକୁମାତ୍ର। ଏହା ପ୍ରକୃତ ବିକଳ୍ପ ହୋଇ ନ ପାରେ। ସେଥିସକାଶେ ଅନେକ ଛାତ୍ରୀଛାତ୍ର ଏହି ଶିକ୍ଷାରୁ ବଞ୍ଚତ୍ତ ହୋଇଥିବା ତଥା କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ରୂପେ ଯାଇ ନ ଥିବା ଦର୍ଶାଇ ବର୍ଷ ଶେଷରେ ସରକାର ବିନା ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଶ୍ରେଣୀ ମଧ୍ୟ ଉତ୍ତୀର୍ଣ୍ଣ କରିଦେଲେ। ସେ ଯାହାହେଉ, ଅଫ୍‌ଲାଇନ ଶିକ୍ଷାର ବିକଳ୍ପ ନାହିଁ ଏହା ସରକାର ହୃଦୟଙ୍ଗମ କରିଛନ୍ତି ଏବଂ ଚଷା ହୁଡ଼ିଲେ ବରଷେ, ପାଠ ହୁଡ଼ିଲେ ପୁରୁଷେ ଏହା ବୁଝି ଏଣିକି ପାଖାପାଖି ଦଶ ହଜାର ସିଟି ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କୁ ଇଣ୍ଟରଶିପ ନଁାରେ ଗଁାକୁ ପଠାଇ ୧୦ ଜଣରେ ଜଣେ କରି ଶିକ୍ଷାଦାନ କରିବେ ବୋଲି ଚିନ୍ତା କରାଯାଉଅଛି। ଅନ୍‌ଲାଇନରୁ ବଞ୍ଚତ୍ତ ପିଲାଙ୍କୁ ଚିହ୍ନଟ କରିବା ତଥା କିଏ କେଉଁ ଦଶ ଜଣଙ୍କର ଦାୟିତ୍ୱ ନେବ, ଏହିସବୁ ବିଷୟ ଗଁା ମୁଖିଆଙ୍କ ସହିତ ଆଲୋଚନା କଲା ପରେ ପାଠପଢ଼ା ଆରମ୍ଭ ହେବ। ସେମାନେ ଦୈନିକ ୨ ଘଣ୍ଟା କରି ପଢ଼ାଇବେ। ଏଥିରେ ମୁଖ୍ୟତଃ ଗଣିତ, ଇଂଲିଶ୍‌ ଓ ସାହିତ୍ୟ ଉପରେ ଗୁରୁତ୍ୱ ଦେବା ସହିତ ପିଲାଙ୍କୁ ପାଠପଢ଼ା ଭିନ୍ନ ଖେଳକୁଦ, ଗପ, ଚିତ୍ର ଆଦି ଶିକ୍ଷା ଦିଆଯିବା କଥା କୁହାଯାଉଛି। ଶିକ୍ଷାଦାନ ନିମିତ୍ତ ପ୍ରତ୍ୟେକ ସିଟି ପିଲାଙ୍କୁ ୟୁନିସେଫ୍‌ ତରଫରୁ ଟ.୭୦୦/-ର ପ୍ରୋତ୍ସାହନ ଯୋଗାଇ ଦିଆଯିବ। ସେହିପରି ସିଟି ପିଲାଙ୍କୁ ତଦାରଖ କରିବା ପାଇଁ ସିଟି ସ୍କୁଲର ଶିକ୍ଷକମାନଙ୍କୁ ଦାୟିତ୍ୱ ଦିଆଯିବ। ୨୦ରୁ ୩୦ ଜଣ ସିଟି ପିଲାଙ୍କୁ ଜଣେ ଶିକ୍ଷକ ଗାଇଡ୍‌ କରିବେ।
ଏହା ଏକ ଉପଯୁକ୍ତ ପଦକ୍ଷେପ ଭଳି ମନେହୁଏ। ଶିଶୁମାନେ ଏକ ସମ୍ବେଦନଶୀଳ ଗୋଷ୍ଠୀ। ତେଣୁ ସରକାର ଛାତ୍ରୀଛାତ୍ରଙ୍କୁ ନେଇ ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁ ନ ଥିଲେ। ଅନ୍ୟ ଦିଗରେ ବର୍ଷ ବର୍ଷ ଧରି ଶିକ୍ଷାଦାନ ବନ୍ଦ ରହିବାକୁ ସରକାର ତଥା ଅଭିଭାବକ କେହିବି ସହଜରେ ନେଇପାରୁ ନାହାନ୍ତି। ହେଲେ ଭବିଷ୍ୟତରେ ପୁଣି ତୃତୀୟ ଲହର ଆସିବାର ଆଶଙ୍କା ତଥା ଅଠର ବର୍ଷ ତଳକୁ ଥିବା ପିଲାମାନଙ୍କୁ ଟିକା ମଧ୍ୟ ଦିଆଯାଇ ନ ପାରିବା କାରଣରୁ ନିକଟ ଭବିଷ୍ୟତରେ ମଧ୍ୟ ବିଦ୍ୟାଳୟ ସବୁ ଖୋଲିବାର ଆଶା କ୍ଷୀଣ। ତେଣୁ ସରକାର ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କୋଭିଡ୍‌ କଟକଣା ମଧ୍ୟରେ କ’ଣ କିଭଳି ଶିକ୍ଷାଦାନ ଦିଆଯାଇପାରିବ, ସେଥିସକାଶେ ଗଭୀର ଭାବରେ ଚିନ୍ତା କରୁଛନ୍ତି।
ବିକଳ୍ପ ସ୍ବରୂପ ପରୀକ୍ଷାମୂଳକ ଭାବରେ ସିଟି ଛାତ୍ରୀଛାତ୍ରମାନଙ୍କୁ ଗଁା ସ୍ତରକୁ ପ୍ରେରଣ କରି ଶିକ୍ଷାଦାନ କରିବା ନିଶ୍ଚିତ ଭାବରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କୋଭିଡ୍‌ କଟକଣା ମଧ୍ୟରେ ଅଫ୍‌ଲାଇନରେ ପାଠପଢ଼ା ଏକ ଆହ୍ବାନ ହେଲେ ମଧ୍ୟ ଦୀର୍ଘ ଦିନରୁ ବିଦ୍ୟାଳୟଠାରୁ ଦୂରେଇଯିବା ଫଳରେ ପିଲାମାନେ ପାଠରେ ଯେଉଁ ପଛରେ ପଡ଼ିଯାଇଛନ୍ତି, ତାହା ଭରଣା କରିପାରିବେ। ପାଠପଢ଼ା ବାହାରେ ଦୀର୍ଘଦିନ ହେଲା ପିଲାମାନେ ସାଙ୍ଗସାଥୀଙ୍କଠାରୁ ଦୂରେଇ ରହିଛନ୍ତି। କେବଳ ଗୃହର ଚାରିକାନ୍ଥ ମଧ୍ୟରେ ଯେଉଁସବୁ ଖେଳକୁଦ ସମ୍ଭବ ତାହା ହିଁ ଖେଳୁଛନ୍ତି। ମୁକ୍ତାକାଶରେ ଖେଳିବାର ମଜା ସେମାନେ ନେଇପାରୁ ନାହାନ୍ତି। ତେଣୁ ଅନ୍ତତଃପକ୍ଷେ ପାଞ୍ଚ ସାତ ଜଣ ପିଲାଙ୍କୁ ନେଇ ଗଁାର କୌଣସି ଏକ ସ୍ଥାନରେ ପାଠପଢ଼ା ଆରମ୍ଭ କଲେ ପିଲାମାନେ ଘର ଭିତରୁ ବାହାରିବାର ସୁଯୋଗ ମଧ୍ୟ ପାଇପାରିବେ। ବର୍ତ୍ତମାନ ସମୟରେ ସିଟି ପିଲାଙ୍କ ସହିତ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବା ଆବଶ୍ୟକ। କାରଣ ସିଟି ପିଲାଙ୍କ ସହିତ ଏମାନଙ୍କୁ ମଧ୍ୟ ଗଁାକୁ ଯାଇ ପାଠ ପଢ଼ାଇବାର ଦାୟିତ୍ୱ ଦେଲେ ଜଣ ପିଛା ପିଲା ସଂଖ୍ୟା କମନ୍ତା ଏବଂ ସାମାଜିକ ଦୂରତା ମଧ୍ୟ ବଜାୟ ରହନ୍ତା। ଆହୁରି ମଧ୍ୟ ବିଦ୍ୟାଳୟରେ ଅବସ୍ଥାପିତ ଶିକ୍ଷକଗଣ ନିଶ୍ଚିତପକ୍ଷେ ଅଧିକ ଅଭିଜ୍ଞ। ଅନ୍ତତଃ କିଛି ସମୟ ପାଇଁ ହେଲେ ମଧ୍ୟ ପିଲାମାନେ ଶିକ୍ଷକଙ୍କ ସାନ୍ନିଧ୍ୟ ଲାଭ କରିବାର ସୌଭାଗ୍ୟ ଲାଭ କରନ୍ତେ। ତେଣୁ ସରକାର କାଳବିଳମ୍ବ ନ କରି ଯେତେ ଶୀଘ୍ର ଏହି ପ୍ରକ୍ରିୟାକୁ ଆରମ୍ଭ କରିବେ, ପିଲାମାନେ ସେତେ ଶୀଘ୍ର ଏହାର ସୁଫଳ ପାଇବେ ଏବଂ ଅଭିଭାବକଙ୍କ ମଧ୍ୟ ବୋଝ ଅନେକ ମାତ୍ରାରେ ହାଲୁକା ହେବ।
rajeebahwan@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri