ଭୁବନେଶର,୩।୧(ବ୍ୟୁରୋ): ରାଜ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଚିନ୍ତା ବଢାଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୋମବାର ସମୀକ୍ଷା ବୈଠକ କରିବେ। ଅପରାହ୍ନ ୧ଟାରେ ଲୋକସେବା ଭବନରେ ଏହି ସମୀକ୍ଷା ବୈଠକ ହେବା ନେଇ ସୂଚନା ମିଲିଛି। ରାଜ୍ୟରେ ଓମିକ୍ରନ ସଂକ୍ରମଣ ମୁକାବିଲା କିପରି କରିହେବ ସେନେଇ ବୈଠକରେ ଆଲୋଚନା କରାଯିବ। ଏହି ବୈଠକରେ ସାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।