ଚାକିରି ନୁହେଁ, ଟୁଇଟର ପାଇଁ ଚିନ୍ତା: ପରାଗ

ଓ୍ବାଶିଂଟନ୍‌, ୪ା୫: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଟୁଇଟର କିଣିବା ପରେ ଏହି ସାମାଜିକ ଗଣମାଧ୍ୟମର ସିଇଓ ପରାଗ ଅଗ୍ରଓ୍ବାଲ ପଦରୁ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏ ନେଇ ପରାଗଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, ନିଜ ଚାକିରି ପାଇଁ ନୁହେଁ, ବରଂ ଟୁଇଟରର ଭବିଷ୍ୟତକୁ ନେଇ ଚିନ୍ତିତ। ନିକଟରେ ଜଣେ ୟୁଜର୍ସ ତାଙ୍କ ଚାକିରିକୁ ନେଇ କରିଥିବା ପୋଷ୍ଟ ଉପରେ ପରାଗ ଟୁଇଟ କରିଛନ୍ତି, ଆପଣଙ୍କୁ ଧନ୍ୟବାଦ। ବଡ଼ କଥା ହେଉଛି, ଟୁଇଟରର ବ୍ୟବସ୍ଥାରେ ଉନ୍ନତି ଆଣି ଏହାର ଉତ୍ତୋରତ୍ତର ବିକାଶ କରିବା।

Share