ପୁଣି କରୋନା ଚିନ୍ତା: ଦିଲ୍ଲୀରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ଓ ଏହାର ପାଖାପାଖି ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଠାରୁ ଆସୁଥିବା ବିମାନ ଯାତ୍ରୀଙ୍କ ଉପରେ ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆରକେ ଶର୍ମା ଏନେଇ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପ୍ରତ୍ୟେକ ଦିନ ଉଭୟ ବିମାନ ଓ ରେଳଯୋଗେ ଲୋକମାନେ ଆସୁଛନ୍ତି । ଏଣୁ ବିଭିନ୍ନ ବିମାନ ବନ୍ଦର ଓ ରେଳପଥରେ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖି ସର୍ଭିଲାନ୍ସ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଫଳରେ ରାଜ୍ୟରେ କୋଭିଡ ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି ।

Share