ଭାଜପାକୁ ଘାରିଲାଣି ଅସନ୍ତୁଷ୍ଟଙ୍କ ଚିନ୍ତା

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ରାଜ୍ୟରେ ଭାଜପା ସରକାରକୁ ଆସିବ ବୋଲି ଭାଜପା ରାଜ୍ୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଅନେକ ସମୟରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଯାଇଥିବା ବେଳେ ଶାସକ ଦଳର ବହୁ ନେତା ଯୋଗାଯୋଗରେ ଥିବା ନେଇ ମଧ୍ୟ ଭାଜପାର ଆଗ ଧାଡ଼ିର ନେତାମାନେ ଅନେକ ସମୟରେ ମତ ରଖିଛନ୍ତି। ସେହିକ୍ରମରେ ବିଜେଡିରୁ ଟିକେଟ ପାଉ ନ ଥିବା ଏବଂ ଅସନ୍ତୁଷ୍ଟ ନେତାମାନଙ୍କୁ ଦଳରେ ସାମିଲ କରି ଟିକେଟ ଦେବା ଭାଜପା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନଙ୍କ ଟିକେଟ କଟିବା ପରେ ସେମାନଙ୍କ ସମର୍ଥକମାନେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପଶି ଗତ କିଛିଦିନ ହେବ ହଙ୍ଗାମା କରୁଥିବା ଦେଖିବାକୁ ମିଳୁଛି। ଗୁରୁବାର ଏହି ଘଟଣା ସୀମା ଲଙ୍ଘିଛି। ଜୟଦେବ ନିର୍ବାଚନମଣ୍ଡଳୀର ବହୁ ସମର୍ଥକ ଅରବିନ୍ଦ ଢାଲିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟରେ ପଶି ଚେୟାର ଭଙ୍ଗାରୁଜା କରିବା ସଙ୍ଗେ ଦଳର ଜଣେ ମୁଖପାତ୍ରଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏଭଳି ଘଟଣା ପରେ ଅସନ୍ତୁଷ୍ଟମାନଙ୍କୁ ବୁଝାଶୁଝା କରିବାରେ ଭାଜପା ଏକ ପ୍ରକାର ବିଫଳ ହେଉଥିବା ଦେଖିବାକୁ ମିଳୁଛି।
ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ଯୋଗଦେବା ପରେ ସେ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବା ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏକ ସଭାରେ ଘୋଷଣା କରିଦେଲେ। ଏହାପରେ ସେଠାରୁ ୨୦୧୯ରେ ପ୍ରାର୍ଥୀ ହୋଇଥିବା କାଳୁ ଖଣ୍ଡାୟତରାୟଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟକୁ ଆସି ହୋହଲ୍ଲା ନାରାବାଜି ଆରମ୍ଭ କରିଦେଇଥିଲେ। ଅପରାଜିତାଙ୍କୁ ହଟାଇବା ପାଇଁ ମଧ୍ୟ ଦାବି କରିଥିଲେ। ଏହାପରେ ତାଙ୍କୁ ବୁଝାଶୁଝା କରି ଦଳ ଟିକେଟ ବିଷୟରେ ବିଚାର କରିବ ବୋଲି କହିଥିଲା। ଏପର୍ଯ୍ୟନ୍ତ ଖୋର୍ଦ୍ଧା ଆସନରେ ଭାଜପା କାହାକୁ ପ୍ରାର୍ଥୀ କରିବ ସେନେଇ ଘୋଷଣା କରିନାହିଁ। ସେହିପରି ଧର୍ମଶାଳାରେ ସ୍ମୃତିରେଖା ପହିଙ୍କୁ ଭାଜପା ଟିକେଟ ଦେବା ପରେ ଅନ୍ୟତମ ଆଶାୟୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଟିକେଟ ବିକ୍ରି କରିଦେଇଥିବା ଅଭିଯୋଗ କରିଥିଲେ। ଏପର୍ଯ୍ୟନ୍ତ ମଧ୍ୟ ହିମାଂଶୁଙ୍କ ସମର୍ଥକମାନେ ଆସି ପ୍ରତିବାଦ ଜାରି ରଖିଛନ୍ତି। ସେହିପରି କୋରେଇରୁ ଆକାଶ ଦାସ ନାଏକଙ୍କୁ ଟିକେଟ ମିଳିବା ପରେ ସେହି ଆସନର ଅନ୍ୟତମ ଆଶାୟୀଙ୍କ ସମର୍ଥକମାନେ ଆସି ଦଳୀୟ କାର୍ଯ୍ୟାଳୟ ଠାରେ ପ୍ରତିବାଦ କରିଛନ୍ତି। ସମାନଭାବେ ବାଙ୍କୀ ନିର୍ବାଚନମଣ୍ଡଳୀର ବହୁ ଭାଜପା ସମର୍ଥକ ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ବିରୋଧ କରିଛନ୍ତି। ସେହିପରି ହିଞ୍ଜିଳିରେ ଦଳ ଦେଇଥିବା ପ୍ରାର୍ଥୀଙ୍କୁ ବହୁ ଭାଜପା ସମର୍ଥକ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟ ଆସିଥିବା ବେଳେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ସେମାନଙ୍କୁ ବୁଝାଶୁଝା କରିଛନ୍ତି। ଏହିଭଳି ଆହୁରି ଅନେକ ନିର୍ବାଚନମଣ୍ଡଳୀରେ ଟିକେଟ ବଣ୍ଟନକୁ ନେଇ ସମସ୍ୟା ଦେଖାଦେଇଛି। ଅସନ୍ତୁଷ୍ଟ ଗୋଷ୍ଠୀମାନେ କାହା କଥା ନ ଶୁଣି ରାଜ୍ୟ କାର୍ଯ୍ୟାଳୟ ବାହାରେ ଘେରାଉ କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri