Posted inଜାତୀୟ

କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା…

ଶ୍ରୀନଗର,୧୯।୨ : ଜମ୍ମୁ-କଶ୍ମୀରରେ ଇଣ୍ଡିଆ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ପରେ ବର୍ତ୍ତମାନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମଧ୍ୟ ଲୋକସଭା ନିର୍ବାଚନରେ ପୃଥକ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ସଂସଦୀୟ କମିଟି ଖୁବ ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଏହାପୂର୍ବରୁ ଏନସି ନିର୍ବାଚନରେ ଅଲଗା ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲା।

ଲୋକସଭା ନିର୍ବାଚନ ପାଇଁ ପିଡିପିର ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରୀୟ କଶ୍ମୀରରେ ଅନୁଷ୍ଠିତ ବୈଠକ ପରେ ଦଳର ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଖୁବ ଶୀଘ୍ର ରାଜ୍ୟରେ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର ହେବ। ମହମ୍ମଦ ସରତାଜ ମଦାନୀଙ୍କ ନେତୃତ୍ୱରେ ଦଳର ସଂସଦୀୟ ବୋର୍ଡ ଖୁବ ଶୀଘ୍ର ପ୍ରାର୍ଥୀଙ୍କୁ ଚୂଡାନ୍ତ କରିବ।

ଦଳର ବରିଷ୍ଠ ଉପସଭାପତି ଅବଦୁଲ ରେହମାନ ଭେରୀ, ସାଧାରଣ ସଚିବ ଡକ୍ଟର ମେହବୁବ ବାଇଗ ଏବଂ ଗୁଲାମ ନବୀ ଲୋନ ହଞ୍ଜୁରା, ଅତିରିକ୍ତ ସାଧାରଣ ସଚିବ ଆଶିୟା ନାକାଶ, ପୂର୍ବତନ ମନ୍ତ୍ରୀ ନୟମ ଅଖତର ଏବଂ ଜାହୋର ଅହମ୍ମଦ ମୀରଙ୍କ ସହ ଜିଲା ସଭାପତି, ନିର୍ବାଚନମଣ୍ଡଳୀ ଦାୟିତ୍ୱ ଏବଂ ଆଞ୍ଚଳିକ ସଭାପତି ଉପସ୍ଥିତ ଥିଲେ।

ସର୍ବପ୍ରଥମେ ଏନସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଥିଲେ ଏନସି ପାଖରେଥିବା ଆସନ ବ୍ୟତୀତ ଅନ୍ୟ ଆସନରେ ମିଳିତ ମଞ୍ଚକୁ ବିଚାର କରାଯିବ। ଏହା ପରେ ତାଙ୍କ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ। ଏହା ପରେ ପିଡିପି କହିଛି ମେଣ୍ଟର ଉଦ୍ଦେଶ୍ୟ ଏକତା, କିନ୍ତୁ ଏନସି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯିବ। ଏହାକୁ ନେଇ ଇଣ୍ଡିଆର ମୁଖ୍ୟ ଦଳ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri