Categories: ଜାତୀୟ

ଚିନ୍ତା ବଢାଇଲାଣି ‘ବ୍ଲାକ୍‌ ଫଙ୍ଗସ୍‌’: ଦେଶରେ ମୋଟି ୫,୫୦୦ ସଂକ୍ରମିତ, ୧୨୬ ମୃତ

ନୂଆଦିଲ୍ଲୀ,୧୨।୫: ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢାଉଛି। ଏପର୍ଯ୍ୟନ୍ତ ସାରା ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ୧୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଏପର୍ଯ୍ୟନ୍ତ ପ୍ରାୟ ୫୫୦୦ ଲୋକ ଏଥିରେରେ ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟ ଏହି ସଂକ୍ରମଣକୁ ମହାମାରୀ ଘୋଷଣା କରିଛନ୍ତି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ଅନେକ ରାଜ୍ୟ ଏହି ରୋଗର ଚିକିତ୍ସାରେ ବ୍ୟବହୃତ ଲିପୋସୋମାଲ ଆମ୍ଫୋଟେରାଇସିନ ବି ଅଭାବର ସମ୍ମୁଖୀନ ହେଉଛନ୍ତି।

ଦେଶରେ ପ୍ରାୟ ୫୫୦୦ ଲୋକ ବ୍ଲାକ୍‌ ଫଙ୍ଗସ୍‌ ସହିତ ସଂଘର୍ଷ କରୁଛନ୍ତି। ଏଥିମଧ୍ୟରୁ ୧୨୬ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। କେବଳ ମହାରାଷ୍ଟ୍ରରେ ଏହି ସଂକ୍ରମଣ ଯୋଗୁ ୯୦ ଜଣ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ହରିୟାଣାରେ ୧୪ ଏବଂ ଉତ୍ତରପ୍ରଦେଶରେ ୮ ଜଣ ଅଛନ୍ତି।୍‌ ରିପୋର୍ଟର ପରିସଂଖ୍ୟାନରୁ ଜଣାପଡିଛି ଯେ ଝାଡଖଣ୍ଡରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୨ ଜଣ ଲେଖାଏ ରୋଗୀ ପ୍ରାଣ ହରାଇଛନ୍ତି। ଏଥି ସହିତ ବିହାର, ଆସାମ, ଓଡିଶା ଏବଂ ଗୋଆରେ ୧-୧ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା, କେତେକ ରାଜ୍ୟ ମୁକାରମାଇକୋସିସ ରୋଗ ଏବଂ ମୃତ୍ୟୁ ସମ୍ବନ୍ଧରେ ପରିସଂଖ୍ୟାନ ସଂଗ୍ରହ କରିନାହାଁନ୍ତି।

 

Share