ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୭ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩,୮୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ଜଣ ମୃତ୍ୟୁ ଘଟିଛି। ସେହିପରି ନୟାଗଡ଼, ବରଗଡ଼ ଓ କଟକରୁ ଜିଲାରୁ ୫ଜଣ ପ୍ରାଣ ହରାଇଥିବା ବେଳେ ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନୁଗୋଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାରୁ ୨ଜଣ ଲେଖାଏଁ ଏବଂ ବାଲେଶ୍ୱର, ଢ଼େଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, ମୟୁରଭଞ୍ଜ ଓ ନୂଆପଡ଼ାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

Share