ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଦେଶରେ ଏଚ୍୩ଏନ୨ ଭାଇରସ୍ ବା ଇନ୍ଫ୍ଲୁଏଞ୍ଜାର ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ ଆମ ରାଜ୍ୟରେ ମଧ୍ୟ ଏହି ଭାଇରସ୍କୁ ନେଇ ଲୋକେ ଭୟଭୀତ ହୋଇଛନ୍ତି।
ଓଡ଼ିଶାରେ ୫୯ଟି ଏଚ୍୩ଏନ୍୨ ଭାଇରସ୍ ଚିହ୍ନଟ ହୋଇଛନ୍ତି । ଗତ ଜାନୁୟାରୀ ଓ ଫେବୃୟାରୀରେ ୨୨୫ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୫୯ଟି ଏଚ୍୩ଏନ୨ ଭାଇରସ ଚିହ୍ନଟ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ନିର୍ଦ୍ଦେଶକ ସଂଘମିତ୍ରା ପତି ଏନେଇ ସୂଚନା ଦେଇଛନ୍ତି।
ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି । କରୋନା ସଂକ୍ରମଣ ପରି ଏହା ସଂକ୍ରମିତ ହୋଇଥାଏ। ତେଣୁ ସତର୍କତା ଅବଲମ୍ବନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।