Categories: ଖେଳ

ଦର୍ଶକଙ୍କ ମଧ୍ୟରେ ଖେଳାଯାଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ,୧୭।୮ : ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ-୧୪)ର ଦ୍ୱିତୀୟ ପର୍ଯ୍ୟାୟ। ବଳକା ୩୧ ମ୍ୟାଚ୍‌ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇପାରେ।

ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି)ର ସାଧାରଣ ସମ୍ପାଦକ ମୁବାଶିର ଉସମାନି କହିଛନ୍ତି, ଦର୍ଶକଙ୍କୁ ଷ୍ଟାଡିୟମ ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦେବା ପାଇଁ ବିସିସିଆଇ ଓ ୟୁଏଇ ସରକାରଙ୍କ ସହ ଆଲୋଚନା କରାଯିବ। ସରକାରଙ୍କ ଠାରୁ ଅନୁମତି ଆଣିବା ଦିଗରେ ବିସିସିଆଇ ଓ ଇସିବି ମିଳିତ ଭାବେ କାର୍ଯ୍ୟ କରିବେ। କିଛି ରିପୋର୍ଟ ଅନୁଯାୟୀ, ୟୁଏଇ ସରକାର ବଳକା ଆଇପିଏଲ ମ୍ୟାଚ୍‌କୁ ଷ୍ଟାଡିୟମରେ ୬୦ ପ୍ରତିଶତ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି।

Share