ସୁଦୃଢ଼ କଂକ୍ରିଟ ରାସ୍ତା ଉପରେ କଂକ୍ରିଟ

ଯାଜପୁର,୧୩ା୨(ହର୍ଷବର୍ଦ୍ଧନ ବେହେରା):ଖଣି ପ୍ରଭାବିତ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣିରୁ ଆଦାୟ ହେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥକୁ ନେଇ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ପ୍ରୋଗ୍ରେସିଭ ଆଦାୟ ହୋଇଛି। ଏଥିରେ ୪,୧୦୧ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସେଥିରୁ ୨୯୮୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ ମୋଟ ଆବଣ୍ଟିତ ପରିମାଣରୁ ମାତ୍ର ୪୦.୮୯% ଖର୍ଚ୍ଚ ହୋଇ ପାରିଛି। ଏହାପରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ପ୍ରଶାସନିକ ନିର୍ଦ୍ଦେଶ ହୋଇଛି। ଏହାର ସୁଯୋଗରେ କେତେକ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏଠାରେ ଖଣି ପ୍ରଭାବିତ ସୁକିନ୍ଦା ବ୍ଲକର ଦୁହ୍ଲାବାହାଲି ଗ୍ରାମର ଏକ ରାସ୍ତା ଓ ମୂଳଖମ୍ବ ଗ୍ରାମରେ ସୁଦୃଢ଼ କଂକ୍ରିଟ ଉପରେ ପୁଣି କଂକ୍ରିଟ ରାସ୍ତା କାର୍ଯ୍ୟଦ୍ୱୟକୁ ଉଦାହରଣ ଭାବେ ନିଆଯାଇପାରେ।
ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତର ମୂଳଖମ୍ବ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ପଞ୍ଚାୟତ ସମିତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାରେ ଦୁଇଥର କଂକ୍ରିଟକରଣ ହୋଇଛି। ପ୍ରଥମ କାର୍ଯ୍ୟାଦେଶରେ ୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା। ପୁଣି କରୋନା ମହାମାରୀ ସମୟରେ ଅର୍ଥାତ ୨୦୨୦ରେ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଡ୍ରେନ ସହ ରାସ୍ତା ନିର୍ମାଣ ହୋଇଥିଲା। ଯେଉଁ ରାସ୍ତାଟି ବର୍ତ୍ତମାନ ମଧ୍ୟ ସୁଦୃଢ଼ ଥିବା ଦେଖିବାକୁ ମିଳିଛି। କିନ୍ତୁ ଡିଏମ୍‌ଏଫ୍‌ ପାଣ୍ଠିକୁ ଚଳୁୁ କରିବାକୁ ଯୋଜନାବଦ୍ଧ ଭାବରେ ବିଭାଗୀୟ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଶି ଉକ୍ତ ରାସ୍ତା ଉପରେ ପୁଣି କଂକ୍ରିଟକରଣ କରୁଥିବା ଅଭିଯୋଗ ହେଉଛି। କଂକ୍ରିଟ ଉପରେ କେବଳ କିଛି ବାଲି, ଗୋଡ଼ି, ଚିପ୍ସ ଢାଳି ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
ସେହିପରି ଖଣି ପ୍ରଭାବିତ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତର ଦୁହ୍ଲାବାହାଲି ଗ୍ରାମର ମହିଳାମାନଙ୍କ ଅଭିଯୋଗ ଅନୁସାରେ ଉକ୍ତ ଗ୍ରାମରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ସରକାରୀ ମାନକ ପୂରଣ କରୁନାହିଁ। ଏହାକୁ ନେଇ ସମ୍ପୃକ୍ତ ମହିଳା ଓ ସରପଞ୍ଚଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାଗମାପରେ ଅନିୟମିତତା କରାଯିବା ସହିତ ଆବଶ୍ୟକ ଉଚ୍ଚତା ବିଶିଷ୍ଟ କାର୍ଯ୍ୟ ହେଉନାହିଁ। ଏହାକୁ ନେଇ ମହିଳାମାନେ ପୂର୍ବରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ମାଣାଧୀନ ରାସ୍ତା ପାଖକୁ ଡକାଇଥିଲେ। ସମ୍ପୃକ୍ତ ଯନ୍ତ୍ରୀ ସେଠାରେ ପହଞ୍ଚି ଠିକାଦାରଙ୍କୁ ତାଗିଦ କରିବା ସହିତ ଠିକ୍‌ ଭାବରେ କାର୍ଯ୍ୟ ନ କଲେ କାର୍ଯ୍ୟ ବନ୍ଦ କରିଦିଅ ବୋଲି କହିଥିଲେ। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ବାବୁଲି ପାତ୍ର ଉକ୍ତ କାର୍ଯ୍ୟକୁ ପୁନର୍ବାର ଆରମ୍ଭ କରିଥିଲେ। ପରେ ପୁଣି ନିମ୍ନମାନର କାର୍ଯ୍ୟ ଚାଲିଥିଲା। ଏହାକୁ ନେଇ ଗ୍ରାମର ମହିଳାମାନେ ଉତ୍ତ୍ୟକ୍ତ ହୋଇ ପୁନର୍ବାର କାର୍ଯ୍ୟ ବନ୍ଦ କରିଥିଲେ। ଉଲ୍ଲେଖଯୋଗ୍ୟ, ରାସ୍ତାଟି ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଦ୍ୱାରା କରାଯାଉଥିବାବେଳେ ଡିଏମ୍‌ଏଫ୍‌ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ହୋଇଛି। କିନ୍ତୁ ସ୍ଥାନୀୟ ଶାସକ ଦଳର କର୍ମୀଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ ହେଉଥିବା ଅଭିଯୋଗ କରି ଗ୍ରାମର ମହିଳାମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି। ଏହି ଘଟଣା ସମ୍ପର୍କରେ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଖରାପ କାର୍ଯ୍ୟକୁ ଆମେ ପ୍ରଶ୍ରୟ ଦେବୁନାହିଁ। ତେଣୁ କାର୍ଯ୍ୟ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହାର ତଦନ୍ତ କରି ପୁନର୍ବାର କାର୍ଯ୍ୟ ଆରମ୍ଭ ହେବ। ଅନ୍ୟପକ୍ଷରେ ଗ୍ରାମର ମହିଳା ପୁଷ୍ପଲତା ମହାନ୍ତ କୁହନ୍ତି, ନିମ୍ନମାନର କାର୍ଯ୍ୟ ବିରୋଧରେ ଲୋକପାଳ, ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆବଶ୍ୟକ ପଡ଼ିଲେ ଅଦାଲତଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri