କଂକ୍ରିଟ ରୋକୁଛି ଜଳ

ନିକଟରେ ବାଲେଶ୍ୱର ଜିଲା ଔପଦା ବ୍ଲକ ସୁନ୍ଦରପଦା ପଞ୍ଚାୟତର ଗାଇସମ୍ଭାଳ ଗ୍ରାମବାସୀ ଓ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରଘୁଆବୋଲ ଗାଁର ଅଧିବାସୀ ପାନୀୟ ଜଳସଙ୍କଟ ଦୂର ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ମାର୍ଚ୍ଚ ୩୧ରେ ଗଞ୍ଜାମର ଗୟାଗଣ୍ଡ ଓ କେନ୍ଦ୍ରାପଡ଼ାର ଚଣ୍ଡିଆପାଲି ଗ୍ରାମବାସୀ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅତୀତରେ ରାସ୍ତାଘାଟ, ଜଳସେଚନ, ସ୍ବାସ୍ଥ୍ୟସୁବିଧାର ଅଭାବକୁ ଦର୍ଶାଇ ଲୋକେ ଭୋଟବର୍ଜନ କରିଥିବା ଦେଖାଯାଇଛି। ଏବେ ପାନୀୟ ଜଳ ଅଭାବକୁ ନେଇ ଗ୍ରାମବାସୀଙ୍କ ଏପରି ଆହ୍ବାନ ନିଶ୍ଚିତ ଭାବେ ଚିନ୍ତାର ବିଷୟ। ସମୟ ଥିଲା ଉପାନ୍ତ ଅଞ୍ଚଳରେ ଲୋକଙ୍କ ଜଳ ଚାହିଦା ମେଣ୍ଟିପାରୁ ନ ଥିବା ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲା। ଏବେ ଉପକୂଳ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି।
ଅତୀତର ଦୃଷ୍ଟାନ୍ତକୁ ଦେଖିଲେ, ପାନୀୟ ଜଳ ସଙ୍କଟ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ନାକୁ ଆସିଲେ ପ୍ରଶାସନ ପକ୍ଷରୁ ତତ୍‌କ୍ଷଣାତ୍‌ କିଛି ପ୍ରତିକାର ବ୍ୟବସ୍ଥା କରାଯାଏ। କିନ୍ତୁ କୌଣସି ଦୀର୍ଘମିଆଦୀ ସମାଧାନ ସମ୍ପର୍କରେ କିଛି ଚିନ୍ତା କରାଯାଉ ନ ଥିବାରୁ ପରେ ଯେଉଁ କଥାକୁ ସେହି କଥା। ଏବେ ମଧ୍ୟ ଅଧିକାଂଶ ପଞ୍ଚାୟତରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇପ୍‌ ବିଛାଇବା ଓ ପାଣିଟାଙ୍କି ନିର୍ମାଣରେ ଅଟକି ରହିଛି। ଆଗକୁ ଭୋଟ ଆସୁଥିବାରୁ ଉପରଲିଖିତ ଗ୍ରାମର ଜଳସଙ୍କଟ ଦୂର କରିବା ଉପରେ ତତ୍ପରତା ପ୍ରକାଶ ପାଇପାରେ। ହୁଏତ ଟ୍ୟୁବଓ୍ବେଲ ମରାମତି ହେବା ସହ ଟ୍ୟାଙ୍କର ରାସ୍ତାରେ ଗଡ଼ିପାରେ। କିନ୍ତୁ ଜଳସଙ୍କଟ ଟାଳିବା ଲାଗି ଏକ ଦୀର୍ଘସ୍ଥାୟୀ ପଦକ୍ଷେପ ନିଆଯାଉ ନ ଥିବାରୁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି। କେବଳ ସେତିକି ନୁହେଁ, ଏବର ସ୍ଥିତି ଦେଖିଲେ ଗଞ୍ଜାମ ଜିଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ଭଳି ନଦୀ ଶୁଖିଯାଇଥିବା ଖବର ପ୍ରକାଶ ପାଇଛି। ଏପରିକି ଓଡ଼ିଶାର ପ୍ରମୁଖ ନଦୀ ଯଥା ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ଜଳଧାରଣ କ୍ଷମତା କମିବାରେ ଲାଗିଛି। ଚାଇନା ଓ ଭାରତ(ଆସାମ) ଦେଇ ବାଂଲାଦେଶରେ ପ୍ରବାହିତ ବ୍ରହ୍ମପୁତ୍ର ଏବଂ ପଶ୍ଚିମଘାଟ ପର୍ବତମାଳାରୁ ବାହାରି ମହାରାଷ୍ଟ୍ର, କର୍ନାଟକ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ କୃଷ୍ଣା ନଦୀ ମଧ୍ୟ ଅନୁରୂପ ସମସ୍ୟା ଦେଇ ଗତି କରୁଛନ୍ତି। ୨୦୨୩ ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଆଗାମୀ ୨୦ ବର୍ଷ ମଧ୍ୟରେ ଭାରତର ନଦୀଗୁଡ଼ିକର ଜଳପ୍ରବାହ ହ୍ରାସ ପାଇବା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟର ପ୍ରମାଣ ଯଥେଷ୍ଟ ପୂର୍ବରୁ ଅନୁଭୂତ ହେଲାଣି।
କର୍ନାଟକର ବେଙ୍ଗାଲୁରୁ ହେଉ ବା ତାମିଲନାଡୁର ଚେନ୍ନାଇ କିଭଳି ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ତାହା ଏ ବର୍ଷ ସମସ୍ତେ ଦେଖୁଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ବେଙ୍ଗାଲୁରୁର ଭୂତଳ ଜଳସ୍ତର ନିମ୍ନଗାମୀ ହେବା ଯୋଗୁ ଏଭଳି ଘଟିଥିବା କୁହାଯାଇଛି। ମନେରଖିବାକୁ ହେବ ଯେ, କେବଳ ବେଙ୍ଗାଲୁରୁ ନୁହେଁ, ଭାରତର ବହୁ ସହର ଓ ଗ୍ରାମାଞ୍ଚଳରେ ଏଭଳି ସ୍ଥିତି ପାଇଁ କମ୍‌ ବର୍ଷାକୁ ଦାୟୀ କରାଯାଉଛି। ଦେଖିବାକୁ ଗଲେ ଏହା ପଛରେ ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟକୃତ କାରଣ ରହିଛି। ସାଧାରଣତଃ ସହରର ରାସ୍ତାଘାଟ, ସର୍ବସାଧାରଣ ସ୍ଥାନ ସବୁ କଂକ୍ରିଟମୟ କରିଦିଆଯାଉଛି, ଯାହା ପାଇଁ ବର୍ଷା ଜଳ ସଞ୍ଚିତ ହେବା କିମ୍ବା ମାଟିରେ ଭେଦିବାର ସମ୍ଭାବନା କମିଯାଉଛି। ଏଥିସହିତ ଭାରତୀୟମାନଙ୍କର ସାଧାରଣ ଚରିତ୍ରକୁ ମଧ୍ୟ ଦୋଷ ଦେବାକୁ ହେବ। ଦେଶବ୍ୟାପୀ ସବୁଆଡ଼େ ଛୋଟବଡ଼ ପୋଖରୀ, ଝରଣା ଏବଂ ହ୍ରଦ ଭଳି ଜଳାଶୟକୁ ଦୂଷିତ କରିବା ସହିତ ପୋତିଦିଆଯାଉଛି। ଏହାକୁ ସରକାର ନୁହେଁ, ସାଧାରଣ ଲୋକ କରୁଛନ୍ତି। ବର୍ଷାଜଳକୁ ସୁରକ୍ଷିତ ରଖିବାର କୌଣସି ଉଦ୍ୟମ ଆରମ୍ଭ ହେଉ ନ ଥିବାରୁ ତାହା ସମ୍ପୂର୍ଣ୍ଣ ଭାବେ ବୋହିଯାଇ ନଷ୍ଟ ହୋଇଯାଉଛି। ଚାରିଆଡ଼େ ବିଛାଯାଉଥିବା ପେଭର ପ୍ଲସର ଡିଜାଇନ ଦେଖିଲେ ତା’ ଫାଙ୍କରେ କିଛି ମାତ୍ରାରେ ବର୍ଷାଜଳ ମାଟିକୁ ଯିବାର ସମ୍ଭାବନା ରହିଛି। ହେଲେ ଅନେକେ ଏହାକୁ ବ୍ୟବହାର କରିବା ବେଳେ ଉକ୍ତ ଫାଙ୍କକୁ ମଧ୍ୟ ସିମେଣ୍ଟ ଦେଇ ବୁଜି ଦେଉଛନ୍ତି। ଗୋଟେ କଂକ୍ରିଟମୟ ଜୀବନ ବିତାଇବାକୁ ଚାହଁୁଥିବା ନାଗରିକଙ୍କର ଜଳାଭାବ ସମ୍ପର୍କରେ ସ୍ବର ଉତ୍ତୋଳନ କରିବାର କୌଣସି ଅଧିକାର ରହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ...

କିଶୋର ନ୍ୟାୟ ବ୍ୟବସ୍ଥାରେ ଶିଶୁ ଯତ୍ନ ଅନୁଷ୍ଠାନ

କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମରେ ସାଧାରଣତଃ ଦୁଇ ପ୍ରକାରର ଶିଶୁଙ୍କ ସମ୍ବନ୍ଧରେ ପ୍ରାବଧାନତା ରହିଛି। ପ୍ରଥମତଃ ଯତ୍ନ ଓ ସୁରକ୍ଷା ଆବଶ୍ୟକ...

ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି,...

ପିଲା ଚୋରି ଓ ପୋଲିସ

ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍‌ର...

ଏଇ ଭାରତରେ

ଚୋର ବିଭିନ୍ନ ଜିନିଷ ଚୋରି କରିବା କଥା ସମସ୍ତେ ଶୁଣିଥିବେ। ହେଲେ ଚୋରି କରିଥିବା ଜିନିଷକୁ ଚୋର କେବେ ସେହି ସ୍ଥାନକୁ ଫେରାଇବାକୁ ଆସିବା କଥା...

ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ...

ନୀତିଭ୍ରଷ୍ଟ ଶିକ୍ଷା ଓ ଛାତ୍ରୀଛାତ୍ର

ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦୁଇଟି ଭିଡିଓ ବେଶ୍‌ ହୃଦୟସ୍ପର୍ଶୀ। ପ୍ରଥମଟି ଆନ୍ଧ୍ରପ୍ରଦେଶର ଗୋଟିଏ ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପ୍ରଧାନଶିକ୍ଷକ ନିଜେ କାନ...

ଭୁଲିବାନି ଯଶଓ୍ବନ୍ତଙ୍କୁ

ଗଣତନ୍ତ୍ରର ୩ ମୁଖ୍ୟ ସ୍ତମ୍ଭ ବିଧାନପାଳିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ ପାଳନକୁ ନେଇ ସାଧାରଣରେ ଆଲୋଚନା ହୋଇଥାଏ। ଭାରତରେ ମଧ୍ୟ ସେହି ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image