Categories: ଜାତୀୟ

ଏକସଙ୍ଗେ ନିର୍ବାଚନ: ୨୫ରେ ମତାମତ ଜଣାଇବ ନ୍ୟାୟିକ କମିଟି

ନୂଆଦିଲ୍ଲୀ,୨୧ା୧୦: ଏକସଙ୍ଗେ ନିର୍ବାଚନ କରାଇବା ନେଇ ରୂପରେଖ ପ୍ରସ୍ତୁତି ନିମନ୍ତେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉତ୍ତସ୍ତରୀୟ କମିଟିକୁ ଆସନ୍ତା ୨୫ ତାରିଖରେ ନ୍ୟାୟିକ ଆୟୋଗ ଏହାର ମତାମତ ଜଣାଇବ। ଦେଶରେ ଏକସଙ୍ଗେ ନିର୍ବାଚନ କିପରି କରାଯାଇପାରିବ, ତାହା ଉପରେ କୋବିନ୍ଦ କମିଟି ଲ’ କମିଶନଙ୍କ ମତାମତ ଲୋଡ଼ିଥିଲେ। ଆପୋସ ସହମତିକ୍ରମେ ନିର୍ଦ୍ଦିଷ୍ଟ ତାରିଖରେ ବିଭିନ୍ନ ରାଜନୈତିକ ଦଳ ସହ କମିଟି ଏନେଇ ଆଲୋଚନା କରିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହା ସହ ଆଗାମୀ ୩ ମାସ ମଧ୍ୟରେ ଦଳଗୁଡ଼ିକ ଚାହିଁଲେ ସେମାନଙ୍କ ମତାମତ ଲିଖିତ ଭାବେ ଦାଖଲ କରିପାରିବେ। ୨୦୨୯ ଲୋକ ସଭା ନିର୍ବାଚନ ସହ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ ବିଭିନ୍ନ ରାଜ୍ୟ ବିଧାନସଭାର କାର୍ଯ୍ୟକାଳକୁ ବଢ଼ାଇ କିମ୍ବା ହ୍ରାସ କରି ଏକତ୍ର ନିର୍ବାଚନ କରାଇବା ନିମନ୍ତେ ଏକ ସୂତ୍ର ବାହାର କରିବା ପାଇଁ ଜଷ୍ଟିସ୍‌ ଋତୁରାଜ ଅଓ୍ବସ୍ତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ଆୟୋଗ କାର୍ଯ୍ୟ କରୁଛି।

Share