ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା

ଓ୍ବାଶିଂଟନ,୭ା୭: ଭାରତୀୟ ଦୂତାବାସ ଉପରେ ହୋଇଥିବା ଖାଲିସ୍ତାନୀ ଆକ୍ରମଣକୁ ଆମେରିକାର ଆଇନଜୀବୀମାନେ ନିନ୍ଦା କରିଛନ୍ତି। ସେମାନେ ଏହି ‘ଅପରାଧିକ କାର୍ଯ୍ୟ’ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆମେରିକାର ଥିବା ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସାନ୍ଧୁଙ୍କ ବିରୋଧରେ ହୋଇଥିବା ହିଂସାତ୍ମକ କଥାକୁ ମଧ୍ୟ ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି, ମୁକ୍ତ ଭାଷଣ ହିଂସା କିମ୍ବା ସମ୍ପତ୍ତି ନଷ୍ଟ କରିବାର ଲାଇସେନ୍ସ ନୁହେଁ।

Share