Categories: ଜାତୀୟ

ଆଣ୍ଟିବାୟୋଟିକ୍‌ ନେଇଥିବା ୧୬ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନିମୁଚ୍‌,୨୮ା୯: ମଧ୍ୟପ୍ରଦେଶର ନିମୁଚ୍‌ ଜିଲା ହସ୍ପିଟାଲ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଅନୂ୍ୟନ ୧୬ ଜଣ ପିଲାଙ୍କୁ ଶୁକ୍ରବାର ରାତିରେ ଆଣ୍ଟିବାୟୋଟିକ୍‌ ସେଫ୍‌ଟ୍ରିଆକ୍ସନ ଇଞ୍ଜେକ୍‌ଶନ ଦିଆଯାଇଥିଲା। ଏହା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହୋଇପଡ଼ିଥିବା ଜଣାପଡ଼ିଛି।

ଇଞ୍ଜେକ୍‌ଶନ ନେବା ପରେ ପିଲାମାନେ ଶୀତରେ ଥରିବା ସହ ଅଧିକ ଜ୍ୱର, ବାନ୍ତି ହେବା ସହ ଦେହହାତ ଫଳିଯାଉଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ମାଆବାପା ଘରୋଇ ନର୍ସିଂ ହୋମ୍‌କୁ ନେଇଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଜିଲା ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଇଞ୍ଜେକ୍‌ଶନର ନମୁନା ପରୀକ୍ଷା ପାଇଁ ଲାବୋରେଟୋରି ପଠାଯାଇଥିବା ଏସ୍‌ଡିଏମ୍‌ ଲକ୍ଷ୍ମୀ ଗମାଦ କହିଛନ୍ତି। ଶୁକ୍ରବାର ରାତିରେ ଏକ ନୂଆ ବାକ୍ସ ଖୋଲାଯାଇ ସେଥିରୁ ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍‌ଶନ ପିଲାମାନଙ୍କୁ ଦିଆଯାଇଥିଲା ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

Share