ହସ୍ପିଟାଲର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କଲେ ଜୁଏଲ

କୋରାପୁଟ,୨୨ା୧୦(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅବ୍ୟବସ୍ଥା ଦେଖି ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସଂସଦୀୟ ପ୍ରତିରକ୍ଷା ସ୍ଥାୟୀ କମିଟିର ଅଧ୍ୟକ୍ଷ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ। ଶନିବାର ଜୁଏଲଙ୍କ ସହ ପୂର୍ବତନ ଏମ୍‌ପି ବଳଭଦ୍ର ମାଝି, ଜିଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ସହ ଅନ୍ୟାନ୍ୟ ନେତା ହସ୍ପିଟାଲର ଭେଷଜ ଓ୍ବାର୍ଡକୁ ଯାଇ ରୋଗୀମାନଙ୍କ ସହ ଆଲୋଚନା କରିବା ସହ ସର୍ଜରୀ ଆଉଟ୍‌ଡୋରକୁ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ରୋଗୀମାନେ ବାରଣ୍ଡାରେ ରହି ଚିକିିତ୍ସିତ ହେଉଥିବା ସହ ମେଡିକାଲ ପରିସର ସଫାସୁତରା ନ ଥିବା ନେଇ ଜୁଏଲ ଦୁଃଖ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି ପ୍ରକାଶ କରିଛନ୍ତି।

Share