Categories: ଜାତୀୟ

ମା‘ ଝିଅଙ୍କ ଯତ୍ନ ନେବା ପାଇଁ ଆଶିଷଙ୍କୁ ସର୍ତ୍ତ ମୂଳକ ଜାମିନ…

ନୂଆଦିଲ୍ଲୀ,୨୬।୯ : ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଆଠ ଜଣ ଚାଷୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ସୁପ୍ରିମକୋର୍ଟଙ୍କଠାରୁ କିଛି ମାତ୍ରାରେ ଆଶସ୍ତି ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି।

ତାଙ୍କର ଅସୁସ୍ଥ ମା ଏବଂ ଝିଅର ଯତ୍ନ ନେବା ପାଇଁ ତାଙ୍କୁ ଏହି ଆଶ୍ୱସ୍ତି ଦିଆଯାଇଛି। ଏହାପୂର୍ବରୁ ଜାନୁଆରୀ ମାସରେ ଆଶିଷ ମିଶ୍ରଙ୍କୁ ଆଠ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଥିଲା। ତେବେ ତାଙ୍କୁ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା।

ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଶୁଣିବା ପରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ ତାଙ୍କୁ କୌଣସି ସାଧାରଣ କାର୍ଯ୍ୟରେ ଯୋଗଦେବାକୁ କିମ୍ବା ଏହି ମାମଲାରେ ଗଣମାଧ୍ୟମକୁ ସମ୍ବୋଧିତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ମାଙ୍କୁ ନୂଆଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସମୟରେ ତାଙ୍କ ଝିଅର ଗୋଡର ଚିକିତ୍ସା ଚାଲିଛି।

୩ ଅକ୍ଟୋବର ୨୦୨୧ ରେ, ଲଖିମପୁର ଖେରୀ ଜିଲାର ଟିକୁନିଆରେ ଆଠ ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମ୍ପର୍କରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରଥିଲା।

ଉତ୍ତରପ୍ରଦେଶ ପୋଲିସର ଏଫଆଇଆର ଅନୁଯାୟୀ ଆଶିଷ ମିଶ୍ର ଏସୟୁଭିରେ ବସିଥିଲେ ଯାହା ଚାରିଜଣ ଚାଷୀଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଘଟଣାରେ ଏସୟୁଭି ଚଳାଉଥିବା ଦୁଇ ଡ୍ରାଇଭରଙ୍କୁ କୃଷକମାନେ ହତ୍ୟା କରିଥିଲେ। ଏହି ହିଂସାରେ ଜଣେ ଖବରଦାତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

Share