ଆୟୁଷ ନିର୍ଦ୍ଦେଶକଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର,୧୪।୭(ବ୍ୟୁରୋ): ମହିଳା କର୍ମଚାରୀଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ଓ ମେସେଜ୍‌ ପଠାଇ ଯୌନ ଉପତ୍ୀଡ଼ନ ମାମଲାରେ ଗତ ୯ ତାରିଖରେ ଗିରଫ ହୋଇଥିଲେ ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ। ଜାମିନ ନ ମିଳିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ସୋମବାର ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରୁ ତାଙ୍କୁ ଜାମିନ ମିଳିଛି। ୧୦ ହଜାର ଟଙ୍କା ଓ ୨ଜଣ ମୁଚାଲିକା ବଦଳରେ ତାଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସମସ୍ତ ତଦନ୍ତରେ ସେ ପୋଲିସକୁ ସହଯୋଗ କରିବେ। ଏହାସହ ରାଜ୍ୟ ବାହାରକୁ ଯିବାକୁ ହେଲେ ପୋଲିସର ଅନୁମତି ନେବା ସହ ପୀଡିତାଙ୍କୁ ଧମକାଇବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share