Categories: ଜାତୀୟ

କମ୍ପାନୀ କ୍ୟାଣ୍ଟିନରେ ମିଳୁଥିବା ସିଙ୍ଗଡ଼ାରୁ ବାହାରିଲା କଣ୍ଡୋମ, ପଥର, ତମାଖୁ

ପୁନେ,୮।୪: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ପୁଣେର ଏକ ପ୍ରତିଷ୍ଠିତ କମ୍ପାନୀର କ୍ୟାଣ୍ଟିନରେ ପରିବେଷିତ ସିଙ୍ଗଡ଼ାରୁ କଣ୍ଡୋମ, ପଥର, ତମାଖୁ, ଏବଂ ଅନ୍ୟାନ୍ୟ ଅପରିଷ୍କାର ଜିନିଷ ବାହାରିଥିବା ସ୍ଥାନୀୟ ମିଡ଼ିଆ ରିପୋର୍ଟରେ ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୭ରେ ପଦାକୁ ଆସିଥିବା ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଏବଂ ଏପର୍ଯ୍ୟନ୍ତ ଜଣଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡିଛି ଯେ ଜଣେ ବ୍ୟବସାୟୀ କମ୍ପାନୀ ସହିତ ନିଜର ଚୁକ୍ତିନାମା ବନ୍ଦ ହେବା ପରେ ଏକ ନୂତନ କଣ୍ଟ୍ରାକ୍ଟରଙ୍କଠାରୁ କ୍ୟାଟରିଂ ଚୁକ୍ତିନାମାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରିଥିଲେ।

ଏହି ଘଟଣା ଉତ୍ତରପ୍ରଦେଶର ଦ୍ରୋଣାଚାର୍ଯ୍ୟ ଡିଗ୍ରୀ କଲେଜରେ ଚଳିତ ବର୍ଷ ଆରମ୍ଭରେ ଏକ ସମାନ ଉଦ୍ବେଗଜନକ ଘଟଣାକୁ ମନେ ପପକାଇ ଦେଇଛି। ନୂତନ ବର୍ଷର ଉତ୍ସବ ସମୟରେ ପ୍ରାୟ 20 ଜଣ ଶିକ୍ଷକ ସ୍ଥାନୀୟ ମିଠା ଦୋକାନରୁ ସିଙ୍ଗଡ଼ା ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ଅନୁସନ୍ଧାନରୁ ଜଣ ପଡିଥିଲା ଯେ ସିଙ୍ଗଡ଼ା ବାସି ହେବା ପରେ ଏଥିରେ ବିଷାକ୍ତ ପୋକ ଜନ୍ମିଥିଲେ।

ଘଟଣାରେ କଲେଜ ପ୍ରିନ୍ସିପାଲ ପ୍ରଭାବିତ ଶିକ୍ଷକମାନଙ୍କ ପାଇଁ ନ୍ୟାୟ ମାଗି ମିଠା ଦୋକାନ ମାଲିକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Share