ସମାବେଶୀ ବିକାଶ ଆଭିମୁଖ୍ୟ

ଓଡ଼ିଶାର ବାବୁମାନେ ନିବେଶ ପାଇଁ ନୂତନ ବିକଳ୍ପ ଖୋଜିବାକୁ ଚେଷ୍ଟା କରୁଛନ୍ତି ।
ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ଅନେକ ଶିଳ୍ପକୁ ଚଳାଇ ସଫଳତା ହାସଲ କରିବାକୁ ବାବୁମାନେ ଆଗଭର ହେବା ଭଳି ମନେହେଉଛି। ଦୀର୍ଘଦିନ ବନ୍ଦ ହୋଇପଡ଼ିଥିବା ଟେକ୍ସଟାଇଲ ସଂସ୍ଥାକୁ ୱେଲସ୍ପୁନ ଗ୍ରୁପ ହାତକୁ ନେବାର ଘୋଷଣା କରାଯାଇଛି। ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ଏବଂ ଲଜିଷ୍ଟିକ ସୁବିଧା ପାଇଁ ୱେଲସ୍ପୁନ ଲିଭିଂର ୩୫୦ ଏକର ସରକାରୀ ଜମି ଅଧିଗ୍ରହଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ସମାବେଶୀ ବିକାଶର ଦୃଷ୍ଟିକୋଣକୁ ପ୍ରକାଶ କରେ। ଆଶା କରାଯାଉଛି, ଏଥିରେ ୨୦,୦୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ। ପୁନଶ୍ଚ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଏକ ପେପର ମିଲ୍‌ର ପୁନରୁଦ୍ଧାର ଲକ୍ଷ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସକ୍ରିୟ ଆଭିମୁଖ୍ୟକୁ ଦର୍ଶାଉଛି । ଏହି ସଂସ୍ଥା ପାଇଁ ଉପଯୁକ୍ତ ନିବେଶକ ଚିହ୍ନଟ କରିବାକୁ ଶିଳ୍ପ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ନିଷ୍କ୍ରିୟ ସମ୍ପତ୍ତିକୁ ନୂତନ ଜୀବନ ଓ ଶକ୍ତି ଦେଇ ପୁନଃ ଉତ୍ପାଦନଭିତ୍ତିକ ଅର୍ଥନୀତିକୁ ଆଗକୁ ବଢ଼ାଇବା ଏବଂ ସ୍ଥାନୀୟ ଶ୍ରମଶକ୍ତି ଲାଗି ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାର ସଙ୍କେତ ଦେଉଛନ୍ତି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ସେହି ବିଭାଗର ଅନେକ ବରିଷ୍ଠ ବାବୁ ବିଭିନ୍ନ ଶିଳ୍ପ ସଙ୍ଗଠନର କରିଡରରେ ବୁଲୁଥିବା ଜଣାପଡ଼ିଛି। ଏହା ସେମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରମୁଖ ଶିଳ୍ପ ସଂସ୍ଥା ଏଫ୍‌ଆଇସିସିଆଇର ମୁଖ୍ୟ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା ଓଡ଼ିଶାର ହୋଇଥିବାରୁ ତାଙ୍କର ଉପସ୍ଥିତି ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ ଉପଯୋଗୀ ହୋଇଆସିଛି। ଆଶା କରାଯାଏ, ସେମାନଙ୍କ ମିଳିତ ସକ୍ରିୟ ପ୍ରୟାସ ବିଭିନ୍ନ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବ, ଯାହା ରାଜ୍ୟ ପାଇଁ ଉଜ୍ଜ୍ୱଳ ଆର୍ଥିକ ଭବିଷ୍ୟତ ଆଣିପାରିବ।

କିଏ ହେବେ ଅର୍ଥ ଆୟୋଗ ମୁଖ୍ୟ
ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗର ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ (ବ୍ୟୟ) ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରତନ ପି. ୱାଟାଲଙ୍କ ନାମ ଜୋର୍‌ ଧରିଥିବା ଗୁଞ୍ଜରଣରୁ ଜଣାପଡୁଛି। ଏନ୍‌. କେ. ସିଂଙ୍କ ନେତୃତ୍ୱରେ ୧୫ ତମ ଅର୍ଥ ଆୟୋଗ ଗତ ମାସରେ ଏହାର କାର୍ଯ୍ୟକାଳ ଶେଷ କରିଥିଲା। ଏନ୍‌.କେ.ସିଂଙ୍କ ପରେ ୱାଟାଲ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀର ଉତ୍ତରାଧିକାରୀ ଭାବେ କ୍ଷମତା କେନ୍ଦ୍ରର ପସନ୍ଦ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ନିଶ୍ଚିତ ଭାବରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତାର ବିକଳ୍ପ ନାହିଁ। ତେଲଙ୍ଗାନା କ୍ୟାଡରର ଏହି ଅବସରପ୍ରାପ୍ତ ୧୯୭୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କର ବହୁ ଅଭିଜ୍ଞତା ରହିଛି ଏବଂ ବର୍ତ୍ତମାନ ନ୍ୟୁୟର୍କସ୍ଥିତ ଏକ ବିଶ୍ୱସ୍ତରୀୟ ଅଣ-ଲାଭକାରୀ ସଂଗଠନ ଟିବି ଆଲାଏନ୍ସର ନିର୍ଦ୍ଦେଶକ ବୋର୍ଡରେ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖନୀୟ ଯେ, ସେ ମୋଦି ସରକାରରେ ନିଜର ବିଶ୍ୱସ୍ତତା ବଜାୟ ରଖିଛନ୍ତି ଓ ପ୍ରମୁଖ ପ୍ରସଙ୍ଗରେ ତାଙ୍କ ଅଭିଜ୍ଞତାର ଯୋଗଦାନ ରହିଆସିଛି। କେନ୍ଦ୍ର ଅର୍ଥ ସଚିବ ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ନୀତି ଆୟୋଗରେ ସାମାଜିକ କ୍ଷେତ୍ର ପାଇଁ ମୁଖ୍ୟ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ପୁନରୁତ୍ଥାନରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯଦି ସେ ଅର୍ଥ ଆୟୋଗର ଗୁରୁତ୍ୱପୂର୍ଣ୍ଣ ପଦବୀ ପାଆନ୍ତି, ତେବେ ତାଙ୍କ ପ୍ରଦର୍ଶିତ ନେତୃତ୍ୱ ଏବଂ ନିରନ୍ତର ପ୍ରଭାବ ଏକ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ନୀତି ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ
ନିକଟରେ ଚର୍ଚ୍ଚ ଅଫ୍‌ ନର୍ଥ ଇଣ୍ଡିଆ(ସିଏନ୍‌ଆଇ)ର ଫରେନ କଣ୍ଟ୍ରିବ୍ୟୁଶନ ଆକ୍ଟ (ଏଫ୍‌ସିଆର୍‌ଏ) ଲାଇସେନ୍ସ ରଦ୍ଦ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ନିଷ୍ପତ୍ତି ନେଇଛି। ସାମ୍ପ୍ରତିକ ସମୟରେ ଏହା ସଂଖ୍ୟାଲଘୁଙ୍କ କାର୍ଯ୍ୟ ପ୍ରସଙ୍ଗରେ ଜଟିଳତା ବୃଦ୍ଧି କରିିଛି। ଏହି ପଦକ୍ଷେପ ଏଫ୍‌ସିଆର୍‌ଏ ନିୟମ ଉଲ୍ଲଂଘନ କରୁଥିବା ଏନ୍‌ଜିଓମାନଙ୍କ ପ୍ରତି ଏକ ବଡ଼ କାର୍ଯ୍ୟାନୁଷ୍ଠାନ। କେବଳ ଏହି ଘଟଣା ନୁହେଁ, ଅତୀତରେ ମଧ୍ୟ ଅକ୍ସଫାମ୍‌ ଇଣ୍ଡିଆ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ସିପିଆର୍‌) ଏବଂ କେୟାର ଇଣ୍ଡିଆ ଭଳି ଜଣାଶୁଣା ସଂସ୍ଥା ସମେତ ଅନେକ ଏନ୍‌ଜିଓ ସମାନ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଯେଉଁ ସଂସ୍ଥାଗୁଡ଼ିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାବୁମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଲାଇସେନ୍ସ ନବୀକରଣ ନ ହେବା ପର୍ଯ୍ୟନ୍ତ ସିଏନ୍‌ଆଇ କୌଣସି ବୈଦେଶିକ ପାଣ୍ଠି ଗ୍ରହଣ କିମ୍ବା ଉପଯୋଗ କରିପାରିବ ନାହିଁ। ଏହି ପଦକ୍ଷେପ ଏଫ୍‌ସିଆର୍‌ଏ ନିୟମାବଳୀକୁ କାର୍ଯ୍ୟକାରୀ କରିବାର ପ୍ରତିବଦ୍ଧତାକୁ ସୂଚିତ କରେ, ଯାହା ବିଦେଶୀ ପାଣ୍ଠିର ଅପବ୍ୟବହାର କିମ୍ବା ବିନିଯୋଗକୁ ରୋକିବା ପାଇଁ ଉଦ୍ଦିଷ୍ଟ। ପ୍ରକାଶଯୋଗ୍ୟ ଯେ, ସାମ୍ପ୍ରଦାୟିକ ବିବିଧତା ଏବଂ ଐତିହାସିକ ତିକ୍ତତା ପାଇଁ ଜଣାଶୁଣା ମଣିପୁରରେ ଏବେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ଚର୍ଚ୍ଚ ପୋଡ଼ି ଓ ହତ୍ୟା ଘଟିଛି। ଏହି ପୃଷ୍ଠଭୂମିରେ ଉକ୍ତ ପଦକ୍ଷେପକୁ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି କେନ୍ଦ୍ରର ରହିଥିବା ଅବିଶ୍ୱାସର ସଙ୍କେତ ବୋଲି ବିଚାର କରାଯାଇପାରେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସକ୍ରିୟ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ, ଉତ୍ତରଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri