Posted inରାଜ୍ୟ

ଇ-ଯାନ ନୀତିକୁ ମୋହର

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ପେଟ୍ରୋଲ, ଡିଜେଲର ଦରବୃଦ୍ଧି ଏବଂ ବାୟୁ ପ୍ରଦୂଷଣ ଦେଶ ପାଇଁ ପ୍ରମୁଖ ଚିନ୍ତାର ବିଷୟ। ଗୋଟିଏ ପଟେ ଦରଦାମ ବୃଦ୍ଧି, ଅନ୍ୟପଟେ ପରିବେଶ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଛି। ତେଣୁ ଇଲେକ୍ଟ୍ରିକ୍‌ ଭେହିକିଲ (ଇ-ଯାନ)ର ବ୍ୟବହାର ଜରୁରୀ ହୋଇପଡ଼ିଛି, ଯାହାକି ଆଜିକା ସମୟର ଏକ ବଡ଼ ଆହ୍ବାନ। ଏହାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଇ-ଯାନ ନୀତି ଆପଣାଇଛନ୍ତି। ତାହାକୁ ରାଜ୍ୟ କ୍ୟାବିନେଟ୍‌ ଶୁକ୍ରବାର ମୋହର ମାରିଛି।

ଓଡ଼ିଶା ଇଲେକ୍ଟ୍ରିକ୍‌ ଯାନ ନୀତି(ଇ-ଭେହିକିଲ ପଲିସି)-୨୦୨୧ କାର୍ଯ୍ୟକାରୀ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି ନୀତି ଅନୁଯାୟୀ ଇ-ଭେହିକିଲଗୁଡ଼ିିକୁ ଲୋକେ କିଣିବା ପାଇଁ ରାଜ୍ୟ ସରକାର ଇନ୍‌ସେନ୍‌ଟିଭ ପ୍ରଦାନ କରିବେ। ଦୁଇଚକିଆ ଯାନ ପାଇଁ ୧୫ ହଜାର, ତିନିଚକିଆ ଲାଗି ୧୨ ହଜାର ଏବଂ ଚାରିଚକିଆ ଯାନ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳିବ। ସରକାରୀ କର୍ମଚାରୀ ଇ-ଭେହିକିଲ କିଣିଲେ ରାଜ୍ୟ ସରକାର ସୁଧବିହୀନ ଋଣ ଯୋଗାଇ ଦେବେ। ବସ୍‌ଗୁଡ଼ିକୁ ୧୦ ପ୍ରତିଶତ ସବ୍‌ସିଡି ସହିତ ୪ ବର୍ଷ ପର୍ଯ୍ୟନ୍ତ ରୋଡ୍‌ଟ୍ୟାକ୍ସ ଓ ପଞ୍ଜୀକରଣ ଫି ଛାଡ଼ କରାଯିବ। ଇ-ଯାନ ନୀତି ସହିତ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ବିଶ୍ୱର ଅନେକ ଦେଶ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଭାରତ ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ଚଳାଚଳକୁୁ ପ୍ରୋତ୍ସାହନ ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ନ୍ୟାଶନାଲ ଇଲେକ୍ଟ୍ରିକ୍‌ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୨୦୩୦ ସୁଦ୍ଧା ବାୟୁ ପ୍ରଦୂଷଣ ହାର ୩୫% ତଳକୁ ଖସାଇବାକୁ ଯୋଜନା ରଖାଯାଇଛି। ସହରାଞ୍ଚଳ ପ୍ରଦୂଷଣ ରୋକିବାକୁ ଇଲେକ୍ଟ୍ରିକ୍‌ ପଲିସି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛନ୍ତି। କର୍ନାଟକ, ଦିଲ୍ଲୀ, ତାମିଲନାଡୁ, ମହାରାଷ୍ଟ୍ର ସରକାର ଇଲେକ୍ଟ୍ରିକ୍‌ ଯାନ ନୀତି କାର୍ଯ୍ୟକାରୀ କରିସାରିଲେଣି। ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଓଡ଼ିଶା।
ବ୍ୟାଟେରି ଚାଳିତ ଇଲେକ୍ଟ୍ରିକ୍‌ ଯାନକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ଇ-ଭେହିକିଲ ନୀତି କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୨୦୨୫ ସୁଦ୍ଧା ରାଜ୍ୟରେ ସମୁଦାୟ ଯାନବାହନ ମଧ୍ୟରୁ ୨୦% ଇଲେକ୍ଟ୍ରିକ୍‌ ଯାନବାହନ ପଞ୍ଜୀକୃତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୂତନ ନୀତିରେ ଇଲେକ୍ଟ୍ରିକ ଯାନ ନିର୍ମାତା ଏବଂ ବ୍ୟାଟେରି ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏ କ୍ଷେତ୍ରରେ ଗବେଷଣା, ଡ୍ରାଇଭିଂ, ବିକ୍ରି, ଆର୍ଥିକ ସହାୟତା, ସର୍ଭିିସିଂ, ମାନୁଫାକ୍ଚରିଂ ଏବଂ ଚାର୍ଜିଂ ଇତ୍ୟାଦିକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ଚୂଡ଼ାନ୍ତ ପଲିସି ପ୍ରକାଶ ପାଇବାଠାରୁ ୪ ବର୍ଷ ଯାଏ ଏହା କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାରଙ୍କ ଫେମ୍‌ ଇଣ୍ଡିଆ ଫେଜ୍‌-୨ ଯୋଜନା ଅନୁଯାୟୀ ଆର୍ଥିକ ରିହାତି ପ୍ରଦାନ କରାଯିବ। ଏଥିରେ ରୋଡ୍‌ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଟିକସ ଛାଡ଼ କରିବା ବ୍ୟବସ୍ଥା ରହିବ। ଇ-ଭେହିକିଲ ନୀତି-୨୦୨୦ କାର୍ଯ୍ୟକାରୀ କରିବାକୁ ରାଜ୍ୟସ୍ତରରେ ଏକ ଟାସ୍କଫୋର୍ସ ଗଠନ କରାଯିବ। ଏହି ଟାସ୍କଫୋର୍ସରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମେମ୍ବର କନ୍‌ଭେନର, ଶିଳ୍ପ, ଅର୍ଥ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଦକ୍ଷତା ବିକାଶ, ଶକ୍ତି ବିଭାଗ ସଚିବ ସଦସ୍ୟ ରହିଛନ୍ତି। ଏହି ଟାସ୍କଫୋର୍ସ ପଲିସକୁ ତଦାରଖ କରିବା ସହିତ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସମୀକ୍ଷା କରିବ। ଟାସ୍କଫୋର୍ସ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି।
ରାଜ୍ୟରେ ଚଳାଚଳ କରୁଥିବା ଯାନବାହନ ମଧ୍ୟରୁ ୮୨% ଦୁଇଚକିଆ ଯାନ ଥିବା ବେଳେ ହାଲୁକା ଯାନ ୭%, ୩ ଚକିଆ ୩.୦୬%, ମାଲ ପରିବହନ ଯାନ ୨.୮୫%, ଟ୍ରାକ୍ଟର ୨.୨୮%, ଟ୍ରେଲର ୧.୭୮%, ବସ୍‌ ୦.୧୯% ଏବଂ ଅନ୍ୟାନ୍ୟ ଯାନ ୦.୯୪ ପ୍ରତିଶତ ଚଳାଚଳ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ...

୪୩.୫° ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର, ୪୦ ଟପିଲା ୧୧ସହର ରେ ତାପମାତ୍ରା

ଭୁବନେଶ୍ୱର,୨୦ା୪: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image