Categories: ଜାତୀୟ

୨୦୨୭ ସୁଦ୍ଧା ପ୍ରତ୍ୟେକ ଯାତ୍ରୀଙ୍କୁ ମିଳିବ ନିଶ୍ଚିତ ରେଳ ଟିକେଟ

ନୂଆଦିଲ୍ଳୀ,୧୬।୧୧: ୨୦୨୭ ସୁଦ୍ଧା ପ୍ରତ୍ୟେକ ଭାରତୀୟ ଯାତ୍ରୀଙ୍କୁ ମିଳିବ ମିଳିବ ନିଶ୍ଚିତ ରେଳ ଟିକେଟ। ମିଡ଼ିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିକଟ ଭବିଷ୍ୟତରେ ଭାରତୀୟ ରେଳରେ ଅତିରିକ୍ତ ଟ୍ରେନ୍ ସାମିଲ ଯୋଜନା କାର୍ଯ୍ୟକାରୀ ହେବା ପରେ ଏହି ସୁବିଧା ଉପଲବ୍ଧ ମିଳିବା ଆରମ୍ଭ ହେବ।

ଗତ ସପ୍ତାହରେ ଦୀପାବଳିରେ ବିଭିନ୍ନ ରେଲୱେ ପ୍ଲାଟଫର୍ମରେ ଭର୍ତ୍ତି ଲୋକେ ଏବଂ ଟ୍ରେନରେ ଚଢିବା ପାଇଁ ଲୋକମାନେ ଲଢେଇ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସରକାର ଚାପରେ ଥିବା ବେଳେ ଏବେ ଏହି ଖବାର ଆସିଛି।

ଏହି ବଡ ରୂପାନ୍ତର ହାସଲ କରିବାକୁ ପ୍ରତିବର୍ଷ ନୂଆ ଟ୍ରାକ୍ ଲଗାଯିବ। ବର୍ଷକୁ ୪,୦୦୦-୫,୦୦୦ କିଲୋମିଟର ଟ୍ରାକର ଏକ ନେଟୱାର୍କ ନିର୍ମାଣ କରାଯିବ। ସମ୍ପ୍ରତି, ୧୦,୭୪୮ ଟ୍ରେନ୍ ଦୈନିକ ଚାଲୁଛି, ଏହାକୁ ଆଗକୁ ପ୍ରତିଦିନ ୧୩,୦୦୦ ଟ୍ରେନ୍ କୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ଆଗାମୀ ୩-୪ ବର୍ଷରେ ଟ୍ରାକରେ ୩୦୦୦ ନୂତନ ଟ୍ରେନ୍ ଲଗାଇବାକୁ ଯୋଜନା ହୋଇଛି ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି।

ପ୍ରତିବର୍ଷ ପ୍ରାୟ ୮୦୦ କୋଟି ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି, ତେବେ ଏହି କ୍ଷମତାକୁ ୧୦୦୦ କୋଟିକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି।

Share