Categories: ଜାତୀୟ

କଂଗ୍ରେସରେ ବିବାଦ-ଦଳ ଛାଡ଼ିବା-ପରାଜୟ ସଙ୍କଟ…

ନୂଆଦିଲ୍ଲୀ, ୨୬।୩ : ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳରେ ବିବାଦ, ଦଳ ଛାଡ଼ିବା ଏବଂ ପରାଜୟକୁ ନେଇ ସ୍ଥିତି ଖରାପ ହେବାରେ ଲାଗିଛି। ଆସନ୍ତା ୧୫ ଦିନ ମଧ୍ୟରେ ଦଳର ବହୁ ନେତୃତ୍ୱରେ ଅବଦଳ ବଦଳ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି। ଦଳୀୟ କନ୍ଦଳ ଯୋଗୁ ବିଧାନସଭା ନିର୍ବାଚନରେ ଦଳର ସ୍ଥିତି ଅଧିକ ଗୁରୁତର ହୋଇପଡ଼ିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହିମାଚଳପ୍ରଦେଶ ଏବଂ ହରିୟାଣା ନେତାଙ୍କୁ ଭେଟି ସାରିଛନ୍ତି। ରାହୁଲ ଗାନ୍ଧୀଙ୍କ ସହିତ ସେମାନେ ଆଲୋଚନା ମଧ୍ୟ କରିଛନ୍ତି। ଦଳରେ ଏବେ ସାଂଗଠନିକ କ୍ଷେତ୍ରରେ ଅଦଳବଦଳ ହେବା ନେଇ ହାଇକମାଣ୍ଡ ଯୋଜନା ପ୍ରସ୍ତୁତ କରିଛନ୍ତି।

ଆଗାମୀ ଦିନରେ ହିମାଚଳପ୍ରଦେଶ, କର୍ନାଟକ,ରାଜସ୍ଥାନ,ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ଦଳର ସ୍ଥିତିକୁ ତୃଣମୂଳସ୍ତରରେ ମଜବୁତ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି।

Share