ଟୋକନ ଆବଣ୍ଟନକୁ ନେଇ ଗଣ୍ଡଗୋଳ, ଥାନାରେ ମାମଲା

କେନ୍ଦୁଝର,୫ା୨(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟି ଗନ୍ଧମାର୍ଦ୍ଦନ ଖଣିରୁ ଲୁହାପଥର ପରିବହନ ପାଇଁ ଟୋକନ ଆବଣ୍ଟନକୁ ନେଇ ଗଣ୍ଡଗୋଳ ଦେଖାଦେଇଥିଲା। ଏହାକୁ ନେଇ ଟ୍ରକ୍‌ ଚାଳକଙ୍କୁ ଟ୍ରକ୍‌ ସଂଘ, ଟ୍ରକ ମାଲିକ ଓ ପରିବହନ ଠିକାସଂସ୍ଥାର କେତେକ କର୍ମଚାରୀ ମାଡ଼ ମାରିବା ଘଟଣାକୁ ନେଇ ଡ୍ରାଇଭରମାନେ ଜାତୀୟ ରାଜପଥ ୪୯କୁ ଅବରୋଧ କରିଥିଲେ। ପରେ ଶୁଆକାଟି ଫାଣ୍ଡି ପୋଲିସ ବୁଝାଶୁଝା ପରେ ରାସ୍ତାରୋକୋରୁ ଉଠିଥିଲେ। ଏହାକୁ ନେଇ ସଦର ଥାନାରେ କେସ୍‌ ନମ୍ବର ୪୯/୨୦୨୨ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପୋଲିସ ଏହି ଘଟଣାରେ ଆହତ ଦୁଇ ଡ୍ରାଇଭରଙ୍କ ମେଡିକାଲ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।

Share