ସୀମାକୁ ନେଇ ଭ୍ରମିତ ନ କରୁ ଚାଇନା: ଭାରତ

ବେଜିଂ, ୨୭ା୯: ଚାଇନା ଗୋଲ୍‌ପୋଷ୍ଟକୁ ସ୍ଥାନାନ୍ତର କରି ସୀମାନ୍ତ ପରିଚାଳନାରେ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବାକୁ ଭାରତ କହିଛି। ଗତ ବର୍ଷ ମେ’ରେ ଲଦାଖରେ ଉପୁଜିଥିବା ବିବାଦ ପରେ ଭାରତ କ୍ରମାଗତ ଭାବେ ସୀମାରେ ଶାନ୍ତି ବଜାୟ ରଖିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ, ସାମଗ୍ରିକ ବିକାଶ ପାଇଁ ଏହା ଜରୁରୀ ବୋଲି ଚାଇନା-ଭାରତ ସମ୍ପର୍କକୁ ନେଇ ଗତ ୨୩ ତାରିଖରେ ଅନୁଷ୍ଠିତ ୪ର୍ଥ ଉଚ୍ଚସ୍ତରୀୟ ଟ୍ରାକ୍‌-୨ ଆଲୋଚନା ବୈଠକରେ ଚାଇନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି କହିଛନ୍ତି। ପଡ଼ୋଶୀ ହେବା ବାଦ୍‌ ଉଭୟ ଭାରତ ଓ ଚାଇନା ବିଶାଳ ଅର୍ଥବ୍ୟବସ୍ଥା ଥିବା ଦେଶ। ଉଭୟ ଦେଶ ମଧ୍ୟରେ ପାର୍ଥକ୍ୟ ଏବଂ ସମସ୍ୟା ରହିବା ସ୍ବାଭାବିକ। ତେବେ ସେହି ସମସ୍ୟାର କିପରି ସମାଧାନ କରାଯିବ ଏବଂ ସୀମାରେ ଶାନ୍ତି ବଜାୟ ରହିବ ତାହା ଉପରେ କାମ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପ୍ରକାଶ କରିଛନ୍ତି।

Share