ବିଜେଡି ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ

ବଲାଙ୍ଗୀର,୪ା୩(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋକ ସଭା ଆସନ ଅଧୀନରେ ବଲାଙ୍ଗୀର ଜିଲାର ୫ ଏବଂ ସୁବର୍ଣ୍ଣପୁର ଜିଲାର ୨ଟିକୁ ମିଶାଇ ୭ଟି ବିଧାନସଭା ଆସନ ରହିଛି। ୨୦୧୯ ନିର୍ବାଚନରେ ଭାଜପାରୁ ସଙ୍ଗୀତା କୁମାରୀ ସିଂଦେଓ, ବିଜେଡିରୁ କଳିକେଶ ନାରାୟଣ ସିଂଦେଓ ଏବଂ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଥିଲେ। ଭାଜପା ପ୍ରାର୍ଥୀ ସଙ୍ଗୀତା ସଂଦେଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥର କଲିକେଶ ବଲାଙ୍ଗୀର ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଗତ କିଛିଦିନ ହେଲା ସେ ଏଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗଁା ଓ ସହରରେ ବୁଲି ଅଧିକ ସମୟ ଦେଉଛନ୍ତି। ଏଭଳି ସ୍ଥିତିରେ ବିଜେଡିର ଲୋକ ସଭା ପ୍ରାର୍ଥୀ କିଏ ହେବେ ସେ ନେଇ ଅଧିକ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ପ୍ରଥମରୁ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏଥର ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ତେବେ ତାଙ୍କ ନଁା ଚର୍ଚ୍ଚାକୁ ଆସିବା ପରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ଜଣେ ଅଫିସର ଭାବେ ତାଙ୍କୁ ଲୋକେ ଯେତିକି ଚିହ୍ନିଛନ୍ତି ନେତା ଭାବେ ସେତିକି ଗ୍ରହଣ କରିବେ କି ନାହିଁ ସେନେଇ ବି ଆଲୋଚନା ହେଲା। ଏହାପରେ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁ, ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ରାଜ୍ୟ ସଭା ସଦସ୍ୟ ତଥା ଆଦିବାସୀ ନେତା ନିରଞ୍ଜନ ବିଶି ଏବଂ ପାଟଣାଗଡ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ ମେହେର ବିଜେଡିର ଲୋକ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଉପରୋକ୍ତ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଘନିଷ୍ଠ ସମର୍ଥକ ଓ କର୍ମୀ ମହଲରେ ହେଉଥିବା ଚର୍ଚ୍ଚାକୁ ବିଶ୍ଳେଷଣ କଲେ ବିଜେଡିର ସବୁ ଟାଣୁଆ ବିଧାୟକ ଓ ମନ୍ତ୍ରୀ ନିଜ ନିଜ ବିଧାନସଭାର ସୁରକ୍ଷିତ ଆସନ ଛାଡି ଲୋକ ସଭା ଆସନରେ ପ୍ରାର୍ଥୀ ହେବାକୁ ଅନିଚ୍ଛୁକ ବୋଲି ଖୋଲାଖୋଲି ଆଲୋଚନା ହେଉଛି। ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପରେ ଲୋକ ସଭା ନିର୍ବାଚନରେ ବେଶୀ ଫାଇଦା ଭାଜପା ସପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଶୁଣିଦେଲେ ଅନେକଙ୍କୁ ପରାଜୟ ଭୟ ଘାରୁଛି। ଅନ୍ୟପଟେ ଲୋକ ସଭା ଆସନକୁ ନେଇ ବିଜେଡି ଓ ଭାଜପା ଉଚ୍ଚନେତୃତ୍ୱ ସ୍ତରରେ କାଳେ ଗୁପ୍ତ ବୁଝାମଣା ହୋଇଯିବ ଏବଂ ଏହାର ସବୁ ଫାଇଦା ଭାଜପା ସପକ୍ଷରେ ଚାଲିଯିବ, ସେହି ଭୟ ବି ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଘାରୁଛି। ଏଭଳି ପରିସ୍ଥିତିରେ ବିଜେଡିର କଥିତ ଭୀତତ୍ରସ୍ତ ମନ୍ତ୍ରୀ, ବିଧାୟକ ଓ ନେତାମାନେ ସେମାନଙ୍କୁ କିଭଳି ଦଳୀୟ ଲୋକ ସଭା ପ୍ରାର୍ଥୀ ନକରି ବିଧାନସଭା ପ୍ରାର୍ଥୀ କରିବେ ସେଥିପାଇଁ ଉପର ସ୍ତରରେ ନିଜ ନିଜ ଲବିରେ ମାତିଥିବା ଚର୍ଚ୍ଚା ଜୋର ଧରିଛି। ଅନେକ ନେତା ଓ ମନ୍ତ୍ରୀ କୁଆଡେ ଗୋଇନ୍ଦା ବିଭାଗ ଅଧିକାରୀଙ୍କୁ ଗୋପନ ଅନୁସନ୍ଧାନ ରିପୋର୍ଟ ମାଗିବାରେ ଲାଗିପଡିଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଦଳର ଜଣେ ଆଦିବାସୀ ନେତାଙ୍କୁ ବିଜେଡି ଲୋକ ସଭା ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦିଆଯାଇଥିବା କୁହାଯାଉଛି। ସେଇ ନେତା ଜଣକ ବି କୁଆଡେ ଲୋକ ସଭା ପ୍ରାର୍ଥୀ ପାଇଁ ରାଜି ନହୋଇ ବିଧାୟକ ପ୍ରାର୍ଥୀ ପଦ ଦାବି କରିଥିଲେ। ଉଭୟ ପକ୍ଷରୁ ସହମତି ନହେବାରୁ ସେଇ ନେତା ଜଣକ ଘରକୁ ଫେରି ଆସିଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥିତିରେ ଦଳୀୟ ହାଇକମାଣ୍ଡ କାହାକୁ ଲୋକ ସଭା ପ୍ରାର୍ଥୀ ଘୋଷଣା କରିବେ ତାକୁ ନେଇ କଳ୍ପନାଜଳ୍ପନା ଓ ଦ୍ୱନ୍ଦ୍ୱ ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri