ଈଶ୍ୱର ଭାବନାରେ ଦ୍ୱନ୍ଦ୍ୱ

ଆଜିକାଲି ଲୋକମାନେ ଈଶ୍ୱର ଶବ୍ଦ ବେଶି ବ୍ୟବହାର କରୁଛନ୍ତି। ଯେତେବେଳେ ସେମାନେ ଈଶ୍ୱର ଶବ୍ଦ ବ୍ୟବହାର କରନ୍ତି ସେତେବେଳେ ଏହାକୁ ବଡ଼ ଅକ୍ଷରରେ ଲେଖନ୍ତି। ସେମାନେ ବାସ୍ତବରେ ଈଶ୍ବର ସମ୍ପର୍କିତ ଯେଉଁ ଧାରଣା ବା ଭାବନା ସୂଚାଉଛନ୍ତି ତାହା ମଧ୍ୟପ୍ରାଚ୍ୟ ଏବଂ ଇହୁଦୀ, ଖ୍ରୀଷ୍ଟିଆନ ଓ ଇସ୍‌ଲାମ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିଲା। ଈଶ୍ୱରଙ୍କ ସମ୍ପର୍କିତ ଏହି ଭାବନା ବିଗତ ୧ ହଜାର ବର୍ଷ ମଧ୍ୟରେ ବିଶେଷକରି ବିଭିନ୍ନ ଉପନିବେଶିକ ଏବଂ ରାଜତନ୍ତ୍ର ଶକ୍ତି ମାଧ୍ୟମରେ ସାରା ବିଶ୍ୱରେ ବ୍ୟାପିଛି, ଯାହାକୁ ବର୍ତ୍ତମାନ ସମ୍ଭବତଃ ଏକ ବିଶ୍ୱସ୍ତରୀୟ ବିଷୟ ବୋଲି ଅନୁମାନ କରାଯାଉଛି। କିନ୍ତୁ ତାହା ସେମିତି କିଛି ନୁହେଁ। ‘ଈଶ୍ବର ଏକ’ଏହି ଏକେଶ୍ୱରବାଦ ସିଦ୍ଧାନ୍ତ ପୂର୍ବରୁ ନ ଥିଲା କିମ୍ବା ଏବେ ବି ନାହିଁ। କିନ୍ତୁ ଏହି ଏକେଶ୍ୱରବାଦୀ ଧାରଣା ସୁଦୂର ପ୍ରାଚ୍ୟ,ଚାଇନା, ଜାପାନ ସମେତ ଆମେରିକା, ଆଫ୍ରିକା ଏବଂ ଏସିଆର ଆଦିବାସୀମାନଙ୍କ ମଧ୍ୟରେ ରହିଛି, ଯେଉଁମାନେ ଏପର୍ଯ୍ୟନ୍ତ ଧର୍ମ ପରିବର୍ତ୍ତନ କରିନାହାନ୍ତି।
ହଲିଉଡ୍‌ ଚଳଚ୍ଚିତ୍ରରେ ଈଶ୍ୱର ଶବ୍ଦ ବ୍ୟବହାର ଦେଖିବାକୁ ମିଳେ। ଏହି ଈଶ୍ୱର ଶବ୍ଦ ଗ୍ରୀକ୍‌ ପୁରାଣ ଦ୍ୱାରା ସୃଷ୍ଟି ହୋଇଛି, ଯାହାଙ୍କୁ ସର୍ବଶକ୍ତିମାନ ଭାବରେ ବିବେଚନା କରାଯାଇଥାଏ ଏବଂ ସେହି ସର୍ବଶକ୍ତିମାନ୍‌ଙ୍କ କୌଣସି ଦାୟିତ୍ୱ କିମ୍ବା ଉତ୍ତରଦାୟିତ୍ୱ ନାହିଁ। ଏହା ସୁପର ହିରୋମାନଙ୍କ ପାଇଁ ମଡେଲ। ସେମାନେ ସାଧାରଣତଃ ଅତ୍ୟନ୍ତ ପ୍ରତିଯୋଗୀ।
ଯେତେବେଳେ ସେମାନଙ୍କର ଜଣେ ସାଧାରଣ ଶତ୍ରୁ ଥାଏ ସେତେବେଳେ ସେମାନେ ଏକାଠି ହୋଇଯାଆନ୍ତି। ଈଶ୍ୱରଙ୍କର ଏହି ପରିଚିତ ଧାରଣା ସହ ଶକ୍ତି ନିବିଡ଼ ଭାବେ ଜଡ଼ିତ ରହିଛି, କିନ୍ତୁ ଦୟା କିମ୍ବା କରୁଣା କିମ୍ବା ଜ୍ଞାନ ନୁହେଁ।
ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମ ପୁରାଣଗୁଡ଼ିକରେ ଗୋଟିଏ ସତ୍ତାରେ ଶକ୍ତି କେନ୍ଦ୍ରିତ ହୋଇଥାଏ। ଏହା ହେଉଛି କେନ୍ଦ୍ରୀକରଣ। ଏହା ହେଉଛି ସାମନ୍ତବାଦର ଆଧ୍ୟାତ୍ମିକ ଆଧାର। ଏହି ଉଭୟ ଧର୍ମରେ ଏକ କେନ୍ଦ୍ରୀୟ ଶକ୍ତିକୁ ସମସ୍ତେ ମାନନ୍ତି ଓ ତାହା ପ୍ରତି ବି ସମସ୍ତେ କୃତଜ୍ଞ। ଧର୍ମନିରପେକ୍ଷ ନାସ୍ତିକ ଦୁନିଆରେ ମଧ୍ୟ ଏହା ଜାରି ରହିଛି, ଯେଉଁଠାରେ ଭଗବାନ୍‌ଙ୍କ ବଦଳରେ ସର୍ବଶକ୍ତିମାନ୍‌ ନେତା (ଏକଚ୍ଛତ୍ରବାଦୀ ଶାସକ) କିମ୍ବା ସର୍ବଶକ୍ତିମାନ୍‌ ସରକାର (ବୁଦ୍ଧିଜୀବୀ, ଅମଲାତନ୍ତ୍ର ଏବଂ ବିଚାରପତିଙ୍କ ଦ୍ୱାରା ପରିଚାଳିତ) ଦ୍ୱାରା ସ୍ଥାପିତ ହୋଇଛନ୍ତିି। ‘କେବଳ ଈଶ୍ୱର ହିଁ ସର୍ବଶକ୍ତିମାନ୍‌’,ଏହିଭଳି ବିଶ୍ୱାସ ‘ଈଶ୍ୱର ଅନେକ’ ବିଚାରକୁ ଶେଷ କରିଦିଏ, ଅର୍ଥାତ୍‌ ଏହା ଶକ୍ତିକୁ ଭାଗ ଭାଗ କରିବାକୁ ଦିଏ ନାହିଁ। ଖ୍ରୀଷ୍ଟିଆନ୍‌ ଏବଂ ଇସ୍‌ଲାମ ଧର୍ମ ଈଶ୍ୱରଙ୍କୁ ଦୟା ଓ କରୁଣାର ସତ୍ତା ବୋଲି କୁହନ୍ତି। କିନ୍ତୁ ଏହି କରୁଣା ଓ ଦୟା କେବଳ ତୁମେ ଧର୍ମ ପରିବର୍ତ୍ତନ କରିବା ପରେ ଆସିଥାଏ। ଏଠାରେ ଧର୍ମାନ୍ତର ଗୁରୁତ୍ୱପୂର୍ଣ୍ଣ। ଏହି ଗୋଷ୍ଠୀ ବାହାରେ ଥିବା ଲୋକଙ୍କ ପ୍ରତି କୌଣସି ଦୟା ନ ଥାଏ ଯାହା ଇହୁଦୀ ଏବଂ ଇସ୍‌ଲାମବାଦୀଙ୍କ ବାକ୍ୟରେ ସ୍ପଷ୍ଟ ହୋଇଥାଏ!
ବୌଦ୍ଧ ଏବଂ ଜୈନ ପୁରାଣରେ ଗୋଟିଏ ସର୍ବଶକ୍ତିମାନ୍‌ ଈଶ୍ୱରଙ୍କ ଧାରଣା ନାହିଁ। ଏହିସବୁ ଧର୍ମର ପୁରାଣଗୁଡ଼ିକରେ ଏକାଧିକ ଛୋଟବଡ଼ ଦେବତା ଅଛନ୍ତି ,ଯେଉଁମାନଙ୍କୁ ଶେଷରେ ତୀର୍ଥଙ୍କର କିମ୍ବା ବୁଦ୍ଧ ଭାବେ ସ୍ବୀକାର କରାଯାଇଛି। ଏହି ତୀର୍ଥଙ୍କର କିମ୍ବା ବୁଦ୍ଧ ଜଗତକୁ ନିୟନ୍ତ୍ରଣ କରୁଥିବା ଶକ୍ତି ବିଷୟରେ ନ କହି ଲୋଭ, କ୍ଷୁଧା, ଈର୍ଷା, କ୍ରୋଧ, ଗର୍ବକୁ ପରାସ୍ତ କରିବାର ଶକ୍ତି ସମ୍ପର୍କରେ କହିଥାନ୍ତି। ଏଠାରେ ଐଶ୍ୱରୀୟଶକ୍ତି ସମାଜବିଜ୍ଞାନ ଅପେକ୍ଷା ଈଶ୍ୱର ମନୋବିଜ୍ଞାନ ସହ ଅଧିକ ଜଡ଼ିତ।
ହିନ୍ଦୁମାନଙ୍କର ଈଶ୍ୱରଙ୍କ ବିଷୟରେ ଏକ ଅତି ଜଟିଳ ଧାରଣା ରହିଛି। ଏଥିରେ ଭଗବାନ୍‌ ସର୍ବ ଶକ୍ତିମାନ୍‌ ନୁହନ୍ତି , ବରଂ ପ୍ରକୃତି ଏବଂ କର୍ମ ଆଧାରରେ ସେ ବିଦ୍ୟମାନ। ପୌରାଣିକ କଥାଗୁଡ଼ିକରେ ଅସୁର ସହ ଦେବତାଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା ଅଛି। ଏହିସବୁ ବିଚାର ପୂର୍ବ ଓ ଦକ୍ଷିଣ ଏସିଆର ଭାଷା ଓ ସଂସ୍କୃତିବିଦ୍‌ଙ୍କ ସହ ଗ୍ରୀକ୍‌ ପୁରାଣର ଦେବତା ଓ ଶକ୍ତିମାନ୍‌ ବ୍ୟକ୍ତିଙ୍କ ବର୍ଣ୍ଣନା ହିନ୍ଦୁଧର୍ମର ବିଚାରଗୁଡ଼ିକରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଆଞ୍ଚଳିକ ହୋଇଥିବାରୁ ସେହି ପୁରାଣଗୁଡ଼ିକ କେବଳ ଅହଂକାର ଦ୍ୱାରା ଜଡ଼ିତ ଜୀବଙ୍କୁ ପ୍ରକାଶ କରନ୍ତି। ସେମାନଙ୍କଠାରୁ ଉଚ୍ଚ ହେଉଛନ୍ତି ସନ୍ନ୍ୟାସୀ ହୋଇ ଗ୍ରାର୍ହ୍ୟସ୍ଥ ଜୀବନ ବିତାଇଥିବା ଶିବ ଏବଂ ଗୃହସ୍ଥ ହୋଇ ସନ୍ନ୍ୟାସୀ ଭଳି ରହୁଥିବା ବିଷ୍ଣୁ। ଏମାନଙ୍କର କୌଣସି ଅହଂକାର ନାହିଁ। ଏହାସହ ଏମାନେ ବ୍ରହ୍ମାଣ୍ଡ ଧାରଣ କରନ୍ତି। କିନ୍ତୁ ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମ ଏବଂ ଇହୁଦୀଙ୍କ ମଧ୍ୟରେ ଥିବା ଈଶ୍ୱର ଧାରଣା ଭଳିି ଏମାନେ ଅଧୀନତା କିମ୍ବା କୌଣସି ଆଜ୍ଞା ପାଳନ କରନ୍ତି ନାହିଁ। ବାସ୍ତବତା ହେଉଛି, ଓପନିବେଶିକ ସମୟରୁ ‘ଈଶ୍ୱର ଏକ’ ଚିନ୍ତାଧାରାରେ ଅତ୍ୟଧିକ ଆକ୍ରାନ୍ତ ହିନ୍ଦୁମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଯଦି ଶିବ ଏବଂ ବିଷ୍ଣୁ ଏକ, ତେବେ ଚିତ୍ର ବିନା ସେମାନଙ୍କୁ କିଭଳି ସମ୍ବୋଧନ କରାଯାଇପାରିବ। ଏବଂ ଜଣେ ଦେବୀମାନଙ୍କୁ କିପରି ସ୍ଥାନିତ କରିହେବ? ଭଗବାନ୍‌, ଈଶ୍ୱର, ବ୍ରହ୍ମ ଏବଂ ଆତ୍ମା ପରି ବୈଦିକ ସିଦ୍ଧାନ୍ତଗୁଡ଼ିକ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ସର୍ବଶକ୍ତିମାନ୍‌ ଈଶ୍ବରଙ୍କ ଭାବନା ସହ ସମାନ ହୋଇପାରିବ ନାହିଁ। ଏହି ଦୁଇ ସିଦ୍ଧାନ୍ତ ମଧ୍ୟରୁ ଶେଷଟି କେବଳ ରାଜନେତାଙ୍କୁ ବୁଝାଏ, ଯେଉଁମାନେ କେବଳ ଅହଂକାର ସହ ଜଡ଼ିତ।
ଈଶ୍ବରଙ୍କ ବିଭିନ୍ନ ଧାରଣା ମଧ୍ୟରେ ଏହି ପ୍ରକାର ଦ୍ୱନ୍ଦ୍ୱ ବିଂଶଶତାବ୍ଦୀରେ ସୃଷ୍ଟି ହୋଇଥିଲା,ଯେତେବେଳେ ଲୋକମାନେ ସମସ୍ତ ଧର୍ମ ସମାନ ବୋଲି କହିବା ସହ ପୁରାଣ ଏବଂ ସୁବିଧାବାଦୀ (ପାଶ୍ଚାତ୍ୟ) ଦର୍ଶନ ତଥା ସମାନତା, ନ୍ୟାୟ ଓ ମାନବିକ ଅଧିକାର ଭଳି ଧାରଣାକୁ ଅଣଦେଖା କରିଥିଲେ। ଏହା ସହ ପ୍ରାଚୀନ ଗ୍ରୀକ୍‌ ଏବଂ ବାଇବଲରେ ବର୍ଣ୍ଣିତ ଶକ୍ତି ଧାରଣାର ମୂଳକଥାକୁ ହୃଦୟଙ୍ଗମ କରି ନ ଥିଲେ, ସେତେବେଳେ ଏଭଳି ଦ୍ୱନ୍ଦ୍ୱ ସାମ୍ନାକୁ ଆସିଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri