କାର୍ତ୍ତିକ ବ୍ରତକୁ ନେଇ ଦ୍ୱନ୍ଦ୍ୱ:ପଞ୍ଜିକାରେ ଭିନ୍ନ ତାରିଖ, ଗ୍ରହଣ କଲେନି ଜ୍ୟୋତିର୍ବିଦ୍‌

ପୁରୀ,୧୬ା୧୦(ଅଜିତ୍‌ କୁମାର ମହାନ୍ତି):ପହିଲି କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା ପଞ୍ଜିକାରେ ଦ୍ବନ୍ଦ୍ୱ ଦେଖାଦେଇଥିବା ଜଣାପଡ଼ିଛି। କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକ ହବିଷିଆଳିମାନେ ତାଙ୍କର ବ୍ରତ ଆରମ୍ଭ କରିବେ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜ୍ୟୋତିର୍ବିଦଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ୧୭ରେ କୁମାର ପୂର୍ଣ୍ଣିମା ଓ ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ। ଜିଲା ପ୍ରଶାସନ ପକ୍ଷରୁ ହବିଷିଆଳି ଯୋଜନା ମଧ୍ୟ ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି। ସେହିଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ସହ ହବିଷିଆଳିମାନଙ୍କୁ ମହାପ୍ରସାଦ ଯୋଗାଇ ଦିଆଯିବ ବୋଲି ନୀତି ପ୍ରଶାସକ କହିଛନ୍ତି। ପହିଲି କାର୍ତ୍ତିକ ବ୍ରତ କେଉଁଦିନ ଆରମ୍ଭ କରିବେ କାର୍ତ୍ତିକ ବ୍ରତଧାରିଣୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। କୁମାର ପୂର୍ଣ୍ଣିମା ଦିନଠାରୁ ଆରମ୍ଭ ହେବ ନା କୁମାର ପୂର୍ଣ୍ଣିମା ପରଦିନ ହବିଷିଆଳିମାନେ ବ୍ରତ ପାଇଁ ସଙ୍କଳ୍ପ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ।
ପଞ୍ଜିକାରେ ଅକ୍ଟୋବର ୧୭ରେ କୁମାର ପୂର୍ଣ୍ଣିମା, ସୁଦର୍ଶନ ମହାପ୍ରଭୁଙ୍କ ଚାରି ଆଶ୍ରମ ବିଜେ ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ପରମ୍ପରା ମୁତାବକ କୁମାର ପୂର୍ଣ୍ଣିମା ପରଦିନ ବା କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ କାର୍ତ୍ତିକ ବ୍ରତ ଆରମ୍ଭ ହୁଏ। ଏଭଳି ପଞ୍ଜିକାର ଭିନ୍ନ ଭିନ୍ନ ତଥା ଅସାମଞ୍ଜସ୍ୟ ଯୋଗୁଁ କେଉଁ ଦିନ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷିଆଳିମାନେ ଜାଣିପାରୁନାହାନ୍ତି। ପଞ୍ଜିକାର ତିଥି, ବାର, ଯାନିଯାତ୍ରା, ଶୁଭ ତଥା ମାହେନ୍ଦ୍ର ବେଳା, ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ, ଉପାସନା ଆଦି କରିଥାନ୍ତି। କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଯାନି ଯାତ୍ରା ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସନ୍ଦେହ ସୃଷ୍ଟି ହୋଇଥାଏ ବା କିପରି ସେହି ପର୍ବକୁ ପାଳନ କରିବେ ତାକୁ ନେଇ ତର୍କବିତର୍କ ଲାଗିରହେ। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ତା’ର ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ତାରିଖରେ ହେଉଥିବାରୁ ତାକୁ ସାଧାରଣ ଲୋକଙ୍କ ସମେତ ହବିଷିଆଳିମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବୁଧବାର ଗଜଲକ୍ଷ୍ମୀ ପୂଜା ଓ ଏହାର ପରଦିନ କୁମାର ପୂର୍ଣ୍ଣିମା ବ୍ରତ ପାଳନ ନେଇ ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଫଳରେ ଶୁକ୍ରବାର ଠାରୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହେଉଥିବା ହେତୁ କାର୍ତ୍ତିକ ବ୍ରତ ପାଳନ ୧୮ ଠାରୁ କରିବା ନେଇ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି। ସେପଟେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗୋଟିଏ ପଞ୍ଜିକା କରିବାକୁ ପଣ୍ଡିତ ପଦ୍ମନାଭ ତ୍ରିପାଠୀ କହିଛନ୍ତି।
ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ। ଏପରିକି ପର୍ବପର୍ବାଣିଗୁଡ଼ିକରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ। ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ବାର ତାରତମ୍ୟ ଦେଖାଯାଇଥିବା ବେଳେ ଏହା ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ମତ ରଖିଛନ୍ତି ବରିଷ୍ଠ ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଯେଉଁ ପଞ୍ଜିକାକୁ ସ୍ବୀକୃତି ମିଳିଛି, ସେଥିରେ ମଧ୍ୟ ଭିନ୍ନ ଭିନ୍ନ ତାରିଖ ରହିଛି ଯାହାକୁ ନେଇ ସନ୍ଦେହ ମୋଚନର ଆବଶ୍ୟକତା ରହିଥିବା ପଞ୍ଜିକାର ହରିଶଙ୍କର ମିଶ୍ର କହିଛନ୍ତି। ଶ୍ରୀମନ୍ଦିରରେ ଗୁରୁବାର କୁମାର ପୂର୍ଣ୍ଣିମା ପର୍ବ ଓ ଶୁକ୍ରବାର ଅର୍ଥାତ ୧୮ ତାରିଖ କାର୍ତ୍ତିକ ବ୍ରତ ପାଳନ କରାଯିବା ନେଇ ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ କୋଟି ପୁରସ୍କାର ଘୋଷିତ ମାଓବାଦୀ ଗିରଫ

ମାଲକାନଗିରି,୧୬ା୧୦(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ପୋଲିସ ଦ୍ୱାରା ୧ କୋଟି ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ବୁଧବାର ଗିରଫ ହୋଇଛନ୍ତି। ସେ ହେଲେ କଳ୍ପନା ଓରଫ...

ବ୍ୟବଚ୍ଛେଦ ପରେ ବାଘର ମୃତଦେହକୁ ପୋଡ଼ିଦେଲେ ବନ କର୍ମଚାରୀ

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ସମ୍ବରଧରା-ଲଖନପୁର ରାସ୍ତାରେ ମଙ୍ଗଳବାର ଉଦ୍ଧାର ହୋଇଥିବା ମୃତ ବାଘର ବୁଧବାର ଶବ ବ୍ୟବଚ୍ଛେଦ ହୋଇଛି। ଭଟଲି...

ବଳଦ ଖୋଜିବାକୁ ଯାଇଥିଲେ, ଟାଣିନେଲା କୁମ୍ଭୀର, ଚିତ୍କାର ଶୁଣି…

ମହାକାଳପଡ଼ା,୧୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଳଦ ଖୋଜିବା ହେଲା କାଳ। ନଦୀକୂଳରେ ଛକି ରହିଥିଲା ବଉଳା କୁମ୍ଭୀର। ନାଳି ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଶଙ୍କର ସାମନ୍ତ(୫୦)ଙ୍କୁ...

ପୁଣି ବିବାଦରେ ଛନ୍ଦିହେଲେ ବରଗଡ଼ ଧନୁଯାତ୍ରାର କଂସ ହୃଷୀକେଶ ଭୋଇ, ଲାଞ୍ଚ ନେଇ…

ବରଗଡ଼,୧୬ା୧୦(ପ୍ରେମାନନ୍ଦ ଖମାରୀ): ଆଉମାତ୍ର ଅଢ଼େଇ ମାସ ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଏହି ମହୋତ୍ସବ ଆରମ୍ଭ...

ଝିଅଙ୍କୁ ଛୁରି ଭୁସି ହତ୍ୟାକଲେ ବାପା

ଚିତ୍ରକୋଣ୍ଡା,୧୬ା୧୦(ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ବାପା ସାଜିଲେ ସଇତାନ। ଜନ୍ମିତ ଶିଶୁକନ୍ୟାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଏପରି ଘଟଣା ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ...

ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ…

କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ...

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ପଟିଗୁଡ଼ା...

ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri