ଟିକାକରଣକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩୦।୪: ସରକାର ମେ’ ୧ରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଘୋଷଣା କରିଥିଲେ। ମାତ୍ର ଟିକାକରଣ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଦ୍ୱନ୍ଦ୍ୱ ପ୍ରକାଶ କରିଛିନ୍ତି।

ସେ କହିଛନ୍ତି, ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି। ଏପରିକି ଦ୍ୱିତୀୟ ଡୋଜ୍‌ ଦେବା ପାଇଁ ମଧ୍ୟ ରାଜ୍ୟରେ ଟିକା ନାହିଁ। ଏହି ଡୋଜ୍‌ ପାଇଁ ୬ ଲକ୍ଷ ଦରକାର। ଫଳରେ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଡା.ପାଣିଗ୍ରାହୀ କହିଛନ୍ତି, ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଥିବାରୁ ରାଜ୍ୟରେ ଟିକାକରଣ ବନ୍ଦ ରହିବ। ସୋମବାରରୁ ଏହା ପୁଣି ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

Share