ଦୂର ହେଲା ଦ୍ୱନ୍ଦ୍ୱ: ୨ରେ ଶ୍ରୀମନ୍ଦିରରେ ସରସ୍ବତୀ ପୂଜା

ପୁରୀ,୩୧ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବୀକୃତିଲାଭ କରିଥିବା ପାଞ୍ଜିରେ ଭୁଲ ତଥ୍ୟ ଥିବା ନେଇ ଅଭିଯୋଗ ହୋଇଛି। ପୂର୍ବରୁ ପଣାସଂକ୍ରାନ୍ତି, କୁମାର ପୂର୍ଣ୍ଣିମା, କାଳୀପୂଜା, ଦୀପାବଳି ଏବଂ ଧନୁ ସଂକ୍ରାନ୍ତି ପାଳନ ଦିନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଗକୁ ହେବାକୁ ଥିବା ସରସ୍ବତୀ ପୂଜା ପାଳନକୁ ନେଇ ପୁଣି ଦ୍ୱନ୍ଦ୍ୱ ଦେଖାଦେଇଛି।

ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେତେକ କ୍ୟାଲେଣ୍ଡରରେ ଫେବୃଆରୀ ୨ରେ ସରସ୍ବତୀ ପୂଜା ଉଲ୍ଲେଖ ଥିବାବେଳେ ଅନ୍ୟ କେତେକ ପାଞ୍ଜି ଓ କ୍ୟାଲେଣ୍ଡରରେ ୩ତାରିଖ ବୋଲି ଦର୍ଶାଯାଇଛି। ଫଳରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି ଗଣନାରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି।

ଏ ନେଇ ପାଞ୍ଜି ସମୀକ୍ଷକ ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ହରିଶଙ୍କର ମିଶ୍ର କହିଛନ୍ତି, ବର୍ତ୍ତମାନ ସରସ୍ବତୀ ପୂଜାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଛି, ସେ ସମ୍ପର୍କରେ ବର୍ଷକ ପୂର୍ବରୁ ସୂଚନା ଦେଇଥିଲି। ମାତ୍ର ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ, ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ଅନ୍ୟମାନେ କେହି ଗୁରୁତ୍ୱ ଦେଲେ ନାହିଁ। ଫଳରେ ଅନେକ ପଣ୍ଡିତ ଏହାକୁ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। କୋହିନୂର ପ୍ରେସ ପଞ୍ଜିକାରେ ଫେବୃଆରୀ ୨ରେ ସରସ୍ବତୀ ପୂଜା ଓ ରଥକାଠ ଅନୁକୂଳ ପୂଜା ବୋଲି ଉଲ୍ଲେଖ ରହିଛି। ୩ ତାରିଖରେ ମଧ୍ୟ ସରସ୍ବତୀ ପୂଜା ଓ ରଥ କାଠ ଅନୁକୂଳ ପୂଜା ବୋଲି ଲେଖାଯାଇଛି।

ସେହିପରି ରାଧାରଣମ ପ୍ରେସ ପଞ୍ଜିକାରେ ଫେବୃଆରୀ ୨ରେ ସରସ୍ବତୀ ପୂଜା ପାଳନ ହେବ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଯେଉଁ ଶ୍ଳୋକ ଲେଖାଯାଇଛି, ସେଥିରେ ଉଦୟ ବ୍ୟାପିନକୁ ଗୁରୁତ୍ୱ ଦିଆଯାଇଛି। ଉଦୟ ବାପିନ ହେଉଛି ଫେବୃଆରୀ ୩ ତାରିଖ। ପୁରାଣରେ ଉଲ୍ଲେଖ ରହିଛି, ଚତୁର୍ଥୀଯୁକ୍ତ ପଞ୍ଚମୀରେ ପର୍ବ ପାଳନ କରା ନ ଯାଇ ପଞ୍ଚମୀଯୁକ୍ତ ଷଷ୍ଠୀରେ ପାଳନ କରାଯାଇଥାଏ। ସେହିପରି ୪ ଶଙ୍କରାଚାର୍ଯ୍ୟ କୁମ୍ଭମେଳାର ଶାହୀସ୍ନାନ ଫେବୃଆରୀ ୩ ତାରିଖକୁ ଉଲ୍ଲେଖ କରିଛନ୍ତି।

ତେବେ ସମ୍ପ୍ରତି ପଞ୍ଜିକାରେ ଯେଉଁ ତ୍ରୁଟି ଦେଖାଦେଇଛି ସେ ନେଇ ପୂର୍ବରୁ ସେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ ଏଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ ବୋଲି ମିଶ୍ର ଅଭିଯୋଗ ଆଣିଛନ୍ତି। ସେହିପରି ୨୦୨୦ ମସିହାରୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାଳ ଶେଷ ହେଲାଣି। ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ସଭାପତି ହେଉଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। କିଛି ବିବାଦ ଉପୁଜିଲେ ଶଙ୍କରାଚାର୍ଯ୍ୟଙ୍କ ମତ ନେବା ଆବଶ୍ୟକ। ମାତ୍ର ତାଙ୍କ ମତ ନିଆଯାଉନାହିଁ। ତେବେ ବର୍ତ୍ତମାନ ଯେଉଁ ଦ୍ୱନ୍ଦ୍ୱ ବା ବିବାଦ ଦେଖାଦେଉଛି, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସକ ମୁଖ୍ୟତଃ ଦାୟୀ। ଅଦିନରେ ଯଦି କିଛି ପର୍ବ ବା ମହାପ୍ରଭୁଙ୍କ ନୀତି ପାଳନ ହୁଏ, ତେବେ ତାହା ଦେଶ, ରାଜ୍ୟ, ଶାସକ, ବ୍ୟକ୍ତି ଏବଂ ସମାଜ ପ୍ରତି ବିପଦ ସୃଷ୍ଟି କରେ ବୋଲି ଶାସ୍ତ୍ରରେ ପ୍ରମାଣ ରହିଥିବା ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ଆସନ୍ତା ୨ତାରିଖରେ ଶ୍ରୀମନ୍ଦିରରେ ସରସ୍ବତୀ ପୂଜା ପାଳନ କରାଯିବ। ପରମ୍ପରା ଅନୁଯାୟୀ, ଉକ୍ତ ଦିନ ରଥକାଠ ଅନୁକୂଳ ପୂଜା ମଧ୍ୟ କରାଯିବ। ପଞ୍ଜିକା ସମନ୍ବୟ ବୈଠକରେ ବର୍ଷଯାକର ପର୍ବପର୍ବାଣି ନିର୍ଦ୍ଧାରଣ ବା ସ୍ଥିର କରାଯାଇଥାଏ। ପଞ୍ଜିକା ସମନ୍ବୟ ବୈଠକ ଅନୁଯାୟୀ ଫେବୃଆରୀ ୨ରେ ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ପାଳନ ହେବା ନେଇ ସ୍ଥିର ହୋଇଛି। ତେଣୁ ସେହି ଅନୁଯାୟୀ ୨ ତାରିଖରେ ପର୍ବ ପାଳନ କରାଯିବ ବୋଲି ସାହୁ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳଯୋଗାଣ ବନ୍ଦ: ୧୫ ଦିନ ହେଲା ଲୋକଙ୍କୁ ମିଳୁନି ପିଇବା ପାଣି

ବୋଡ଼େନ,୨୪।୨(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକର ଖଇରା ଗ୍ରାମକୁ ବାଗବାହାଲରୁ ବସୁଧା ଯୋଜନାରେ ଜଳଯୋଗାଣ ହେଉଥିଲା। ହେଲେ ୧୫ ଦିନରୁ ଅଧିକ ହେଲା ଠିକାଦାର...

କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ରୋକିବ ଅପରାଧ: ଲାଗିବ AI କ୍ୟାମେରା

ଭୁବନେଶ୍ୱର,୨୪ା୨: ଅପରାଧ, ଅପରାଧୀ ଏବଂ ଟ୍ରାଫିକ୍ ଉଲ୍ଲଂଘନ ବିରୁଦ୍ଧରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ କଟକ ଏବଂ ଭୁବନେଶ୍ୱରର ଟ୍ୱିନ୍ ସିଟିରେ ଖୁବ୍ ଶୀଘ୍ର...

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୨୪ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ତେଲକୋଇ ଥାନା...

ଦିନକ ପରେ ମହାଶିବରାତ୍ରୀ: ଦୀପ ପ୍ରସ୍ତୁତିରେ କୁମ୍ଭକାର

କୋରୁକୋଣ୍ଡା,୨୪ା୨(ଶିବଦତ୍ତ ସାହୁ): ଆସନ୍ତା ୨୬ରେ ମହା ଶିବରାତ୍ରୀ (ଜାଗର )। ଏହି ଉପଲକ୍ଷେ ବାଲିମେଳା ସହର ସମେତେ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠରେ...

ଜାତୀୟ ପ୍ରତିଷ୍ଠାନ NIFT କୁ ବାଟ ଛାଡୁନି KIIT, ନିର୍ଦ୍ଦେଶକ ଲଗାଇଲେ ବଡ଼ ଅଭିଯୋଗ

ଭୁବନେଶ୍ୱର, ୨୪ା୨: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (NIFT)ର ନିର୍ଦ୍ଦେଶକ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।...

ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୨୪ା୨(ସୁବାସ ଚନ୍ଦ୍ର ପାଢ଼ୀ): ବନ୍ଧା ରଖିଥିବା ମୋବାଇଲ ଫୋନ୍‌ ନ ଫେରାଇବାରୁ ଛୁରି ଭୁସି ସାଙ୍ଗଙ୍କୁ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବ୍ର୍ରହ୍ମପୁର...

ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା, ଜାଣନ୍ତୁ ଓଡ଼ିଶାର କେତେ କୃଷି ହେଲେ ଉପକୃତ

ଭୁବନେଶ୍ୱର, ୨୪ା୨: ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ...

KIIT ଘଟଣା: ପୋଲିସ କମିଶନରଙ୍କୁ ଭେଟିଲେ CPIM ନେତା

ଭୁବନେଶ୍ୱର,୨୪।୨: KIIT ଘଟଣାରେ ସୋମବାର ପୋଲିସ କମିଶନରଙ୍କୁ ଭେଟିଛନ୍ତି CPIM ନେତା। CPIM ସାଧାରଣ ସମ୍ପାଦକ ଦନାର୍ଦ୍ଦନ ପତିଙ୍କ ସହ ଏକ ପ୍ରତିନିଧି ଦଳ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri