Categories: ଜାତୀୟ

ସ୍ବତନ୍ତ୍ର ଅଧିବେଶନ ଆରମ୍ଭରୁ ହଙ୍ଗାମା

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭା ଓ ରାଜ୍ୟ ସଭାରେ ଉତ୍ତେଜନା ଆରମ୍ଭ ହୋଇଥିଲା। ମାଇକ ବନ୍ଦ ହୋଇଯାଇଥିବା ଅଭିଯୋଗ କରି ବିରୋଧୀ ଦଳ ହଙ୍ଗାମା ସୃଷ୍ଟି କରୁଛନ୍ତି। ଅଧିବେଶନ ଆରମ୍ଭ ହେବା ମାତ୍ରେ ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଅଭିନନ୍ଦନ ଜଣାଇଥିଲେ।
ସୂଚନାଯୋଗ୍ୟ, ଆଜିଠୁ ୨୨ ତାରିଖ ଯାଏ ୫ ଦିନ ଧରି ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିବ। ସଂସଦର ସ୍ବତନ୍ତ୍ର ଅଧିବେଶନ ପୁରୁଣା ସଂସଦ ଗୃହରେ ଆରମ୍ଭ ହୋଇଛି। ଗଣେଶ ପୂଜାରେ ସଂସଦର ନୂଆ ବିଲ୍ଡିଂରେ ସ୍ବତନ୍ତ୍ର ଅଧିବେଶନ ବସିବ। ନୂଆ ସଂସଦ ଭବନରେ ପୂଜାର୍ଚ୍ଚନା ପରେ ସେଠାରେ କାର୍ଯ୍ୟ ଆରମ୍ଭ ହେବ। ଏହି ସମୟରେ ସଂସଦର ୭୫ ବର୍ଷ ଯାତ୍ରା ସଂପର୍କରେ ଆଲୋଚନା ହେବ। କେନ୍ଦ୍ର ସରକାର ସ୍ବତନ୍ତ୍ର ଅଧିବେଶନ ବେଳେ ୪ଟି ବିଲ ଆଣିବାର ସମ୍ଭାବନା ରହିଛି।

Share