Categories: ଜାତୀୟ

‘ୟୁପିରେ ବହୁଛି ପ୍ରିୟଙ୍କା ଝଡ଼’

ଲକ୍ଷ୍ନୌ,୪।୭: ଉତ୍ତର ପ୍ରଦେଶରେ ପରିବର୍ତ୍ତନର ଝଡ଼ ବହୁଛି। ଯାହାର ନାମ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟ ବାସୀ କଂଗ୍ରେସକୁ ଆଶାର ଦୃଷ୍ଟିରେ ଦେଖୁଛନ୍ତି। ଖୁବ୍‌ ଉତ୍ସାହିତ ଅଛନ୍ତି ଦଳୀୟ କର୍ମୀ। ପ୍ରିୟଙ୍କା ନେତୃତ୍ୱରେ ୟୁପିରେ କଂଗ୍ରେସ ସରକାର ଗଢ଼ିବ ବୋଲି କହିଛନ୍ତି କଂଗ୍ରେସର ରାଜ୍ୟ ଶାଖା ମୁଖ୍ୟ ଅଜୟ କୁମାର ଲାଲୁ।

ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ କଂଗ୍ରେସ ପାଖରେ ଦମ୍‌ ଅଛି। ପ୍ରିୟଙ୍କା ଗାନ୍ଧୀ ଭଡ୍ରାଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ସରକାର କରିପାରିବ। ଯୋଗୀ ଆଦିନ୍ୟନାଥଙ୍କ ନେତୃତ୍ୱାଧୀନ ୟୁପି ସରକାରଙ୍କ ପାଇଁ କଂଗ୍ରେସ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ। ସପା (୪୯)ର ନେତାଙ୍କ ଠାରୁ କଂଗ୍ରେସର ୫ ବିଧାୟକ ବେଶ୍‌ ପ୍ରଭାବଶାଳୀ। ଏହା ପ୍ରମାଣ ହୋଇସାରିଛି ବୋଲି ଏକ ସାକ୍ଷାତ୍‌କାରରେ ୟୁପିର ପିସିସି ଶାଖା ମୁଖ୍ୟ କହିଛନ୍ତି। ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ମେଣ୍ଟକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଏଭଳି ଦୃଢ଼ୋକ୍ତି ଦେଇଛି କଂଗ୍ରେସ।

 

Share