Categories: ଜାତୀୟ

ରାହୁଲଙ୍କୁ ସମାଲୋଚନା ପରେ ଜୟଶଙ୍କରଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୯।୬: ରାହୁଲ ଗାନ୍ଧୀ ଆମେରିକାରେ ଦେଇଥିବା ମନ୍ତବ୍ୟକୁ ନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କଂଗ୍ରେସକୁ ସମାଲୋଚନା କରିଥିଲେ। ସେ କହିଥିଲେ, ରାହୁଲ ଗାନ୍ଧୀ ବିଦେଶରେ ଭାରତକୁ ସମାଲୋଚନା କରିବା ଏବଂ ରାଜନୀତିକ ମନ୍ତବ୍ୟ ଦେବା ତାଙ୍କର ଏକ ଅଭ୍ୟାସ। ଏହାର ଜବାବରେ ଶୁକ୍ରବାର କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଟାର୍ଗେଟ କରିଛନ୍ତି। ଜୟରାମ ଟୁଇଟ୍‌ କରି କହିଛନ୍ତି, ଯିଏ ଦେଶ ବାହାରେ ରାଜନୀତି କରିବାର ଅଭ୍ୟାସ ଆରମ୍ଭ କରିଛନ୍ତି, ତୁମକୁ ମନ୍ତ୍ରୀ ପଦ ଦେଇଥିବା ବ୍ୟକ୍ତି ବ୍ୟତୀତ ଅନ୍ୟ କେହି ନୁହନ୍ତି। ଜୟଶଙ୍କର ଏହା ଜାଣିଛନ୍ତି କିନ୍ତୁ ଏହାକୁ ସ୍ବୀକାର କରିବେ ନାହିଁ ।
ରାହୁଲ ଗାନ୍ଧୀଙ୍କ ଉପରେ ଜୟଶଙ୍କରଙ୍କ ମନ୍ତବ୍ୟ ସମ୍ପର୍କରେ ପଚରାଯାଇଥିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟୱାଲା କହିଛନ୍ତି, ଭାଜପାର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଏକ ପୁରୁଣା ସ୍କ୍ରିପ୍ଟ ଦିଆଯାଇଛି। ତାହାକୁ ସେ ପଢ଼ୁଥିବା କହିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ପୂର୍ବ ସରକାରମାନଙ୍କୁ ପରିହାସ କରୁଥିବା ସେ କହିଛନ୍ତି।

Share