Categories: ଜାତୀୟ

ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ହରିଶ ରାୱତ

ଡେରାଡୁନ,୨୮ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଶୁକ୍ରବାର ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବୁଧବାର କଂଗ୍ରେସ ତା’ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଥିବା ବେଳେ ହରିଶ ରାୱତ ଓ ଅନ୍ୟ ୪ ଜଣଙ୍କ ଆସନରେ ଅଦଳ ବଦଳ କରାଯାଇଥିଲା । ମହେନ୍ଦ୍ର ପାଲ ସିଂ ରାମନଗରରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ଜାନୁୟାରୀ ୨୮ । ରାଜ୍ୟରେ ୧୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ଏହାର ଫଳାଫଳ ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ । ତେବେ କଂଗ୍ରେସର କଳହ ଯୋଗୁ ଶେଷ ମୁହୂର୍ତ୍ତରେ ଆସନ ଅଦଳ ବଦଳ କରାଯାଉଥିବା କୁହାଯାଉଛି ।

Share