ପୂର୍ବ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪୦ରୁ ଅଧିକ ମୃତ

କଙ୍ଗୋ,୧।୯: ଆଫ୍ରିକୀୟ ଦେଶ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କଙ୍ଗୋ ସେନା ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେନା ପ୍ରଥମେ ୭ଜଣଙ୍କ ମୃତ୍ୟୁକୁ ନେଇ ସୂଚନା ଦେଇଥିଲା।

ବୁଧବାର ପୂର୍ବ କଙ୍ଗୋ ସହର ଗୋମାଠାରେ ସଂଯୁକ୍ତ ରାଷ୍ଟ୍ର ବିରୋଧୀ ହିଂସାକୁ ବିରୋଧ କରି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଯେଉଁଥିରେ ୫୬ ଜଣ ଆହତ ହୋଇଛନ୍ତି।

Share