କଙ୍ଗୋ ବନ୍ୟାରେ ୧୭୫ରୁ ଅଧିକ ମୃତ, ଅନେକେ ନିଖୋଜ, ସ୍କୁଲ-ହସ୍ପିଟାଲ ସବୁ ବନ୍ଦ

ବ୍ରଜାଭିଲେ,୭।୫: ଆଫ୍ରିକା ଦେଶ କଙ୍ଗୋରେ ପ୍ରକୃତି ଦାଉ ସାଧିଛି। ସୂଚନାଯୋଗ୍ୟ, ଗତ ପ୍ରାୟ ୨ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏଠାରେ ବନ୍ୟା ଆସିଛି। ଏହି ବନ୍ୟାରେ ଏବେ ପର୍ଯ୍ୟନ୍ତ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବହୁ ସଂଖ୍ୟାରେ ଲୋକେ ନିଖୋଜ ଥିବା କୁହାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ପୂର୍ବ କଙ୍ଗୋର ସାଉଥ କିଭୁ ଅଞ୍ଚଳରେ ଗୋଟିଏ ନଦୀର ଜଳସ୍ତର ବଢିଯିବାରୁ ଏହି ବନ୍ୟା ଆସିଛି।

ବନ୍ୟା ପରେ ରେସକ୍ୟୁ ଅପରେଶନ ଜାରି ରହିଛି ହେଲେ ଏଥିରେ ବହୁ ସମସ୍ୟା ଦେଖାଦେଇଛି। ଉଦ୍ଧାରକାରୀ ଦଳ କହିଛନ୍ତି, ବର୍ଷା ଓ ବନ୍ୟା ଫଳରେ ଅଧିକାଂଶ ସ୍ଥାନରେ ମାଟି ଧସିଯାଇଛି। ଫଳରେ ଏହା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। କଙ୍ଗୋର କାଲେହେ ଅଞ୍ଚଳ ଏହି ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ନ୍ୟାମୁକୁବି ଗାଁରେ ଶହ ଶହ ଘର ବନ୍ୟାରେ ନଷ୍ଟ ହୋଇଯାଇଛି। ଏଥିରେ ସ୍କୁଲ ଓ ହସ୍ପିଟାଲ ବି ସାମିଲ ରହିଛି।

Share