ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏମିତି କିଛି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୬: ବିଧାନସଭାର ନୂତନ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ଆପଣ ଚଳିତ ସପ୍ତଦଶ ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ଆପଣ ଆଜି ଏହି ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ନିଶ୍ଚିତ ଭାବରେ ଆଶା କରୁଛି ଯେ, ଆପଣ ଏ ପବିତ୍ର ଗୃହର ଗର୍ବ, ଗରିମା ଓ ପଦମର୍ଯ୍ୟାଦା ରକ୍ଷାକରିବା ସହିତ ନିରପେକ୍ଷତା ଅବଲମ୍ବନ କରି ଏ ଗୃହକୁ ସଠିକ୍‌ ଭାବରେ ପରିଚାଳନା କରିପାରିବେ।

ଆମ୍ଭେମାନେ ସମସ୍ତେ ଓଡ଼ଶାବାସୀଙ୍କ ପାଇଁ ନିଷ୍ଠାପର ଭାବେ ସେବା କରିବା ନିମନ୍ତେ ଦୃଢ ସଂକଳ୍ପବଦ୍ଧ। ମୋର ଆଶା, ଆମ୍ଭେମାନେ ସମସ୍ତେ ଏ ଗୃହକାର୍ଯ୍ୟରେ ମାନ୍ୟବର ବାଚସ୍ପତି ମହୋଦୟାଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଏବଂ ଗୃହର ପରମ୍ପରା ଓ ପଦମର୍ଯ୍ୟାଦା ବଜାୟ ରଖିବା ।

ପରିଶେଷରେ ମୁଖ୍ୟମନ୍ତ୍ରୀ ଗୃହର ମାନ୍ୟବର ସଦସ୍ୟା ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶାବାସୀଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ୨ ଦିନ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର,୨୩।୨: ରାଜ୍ୟରେ ତାତି ବଢ଼ିବା ବେଳେ ଝଡ଼ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଦେଇଛା । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି...

ପୁଣି ପଳାସୁଣୀ ଛକ ନେଲା ମୁଣ୍ଡ: ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ତିନି ଟ୍ରକ୍

ଭୁବନେଶ୍ୱର, ୨୩।୨: ଏକ ଦୁଃଖଦ ଘଟଣାରେ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ପଳାସୁଣୀ ଛକରେ ତିନୋଟି ଟ୍ରକ୍ ଜଣେ ଉପରେ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।...

୩ ଦିନିଆ ୟୁପି ଗସ୍ତରେ ମୁଖ୍ୟମନ୍ତ୍ରୀ: ପ୍ରୟାଗରାଜ କୁମ୍ଭମେଳାରେ ବୁଡ଼ ପକାଇବେ

ଭୁବନେଶ୍ୱର, ୨୩।୨: ରବିବାରଠାରୁ ଉତ୍ତର ପ୍ରଦେଶକୁ ତିନି ଦିନିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଅଂଶଗ୍ରହଣ କରିବେ। ସୂତ୍ର...

ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ...

ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ,୨୩।୧(ରତନ ନାୟାର): ଶୋଇଥିବା ବେଳେ ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି କଳାଙ୍ଗ...

ଏନ୍‌ଇପିର ଭାଷା ନୀତିକୁ ନେଇ ବିବାଦ

କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ରେ ବିଦ୍ୟାଳୟଗୁଡ଼ିକରେ ୩ ଭାଷା ନୀତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ରାଜ୍ୟରେ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାକୁ ପ୍ରଥମ...

KIIT ଜମି….,ଜବରଦଖଲ ଜମିକୁ ଅବରୋଧମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ହେବ: ମନ୍ତ୍ରୀ ହରିଚନ୍ଦନ

ଭୁବନେଶ୍ୱର,୨୩ା୨(ସୁନିତ୍‌ ମିଶ୍ର): କିଟ୍‌ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି...

ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ

ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image