Advertisement
Categories: ଜାତୀୟ

କୋଲକାତାର ଦୁର୍ଗାପୂଜାକୁ ୟୁନେସ୍କୋର ଐତିହ୍ୟ ଟ୍ୟାଗ୍‌

କୋଲକାତା,୧୫।୧୨: କୋଲକାତାର ଦୁର୍ଗାପୂଜା ଉତ୍ସବ ଦେଶକୁ ଗୌରଭ ଆଣି ଦେଇଛି। ଏହି ଉତ୍ସବକୁ ବୁଧବାର ଐତିହ୍ୟ ମାନ୍ୟତା ଦେଇଛି ୟୁନେସ୍କୋ (ମିଳିତ ଜାତିସଂଘର ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ)। ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

“କୋଲକାତାରେ ହେଉଥିବା ଦୁର୍ଗା ପୂଜା ଉତ୍ସବକୁ ଏବେ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ଭାରତକୁ ଶୁଭେଚ୍ଛା“ ବୋଲି ୟୁନେସ୍କୋ ପକ୍ଷରୁ ଦୁର୍ଗା ମା’ଙ୍କ ଫଟୋ ସହ ଟୁଇଟ୍‌ କରାଯାଇଛି।

ୟୁନେସ୍କୋର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ଲେଖିଛନ୍ତି, ”ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଏବଂ ଆନନ୍ଦର ବିଷୟ। ଦୁର୍ଗା ପୂଜା ଆମର ପରମ୍ପରା ଏବଂ ଦେଶର ନୈତିକତାକୁ ପ୍ରଦର୍ଶିତ କରେ। ସମସ୍ତେ କୋଲକାତାର ଦୁର୍ଗା ପୂଜାର ଅଭିଜ୍ଞତା ନେବା ଦରକାର“। ସେହିଭଳି ମୁଖ୍ୟମନ୍ତ୍ରୀ ମମତା ଟୁଇଟ୍‌ କରିଛନ୍ତି, ବେଙ୍ଗଲ ପାଇଁ ଗର୍ବର ବିଷୟ। ବିଶ୍ୱରେ ରହୁଥିବା ପ୍ରତ୍ୟେକ ବେଙ୍ଗଲି ପାଇଁ ଦୁର୍ଗାପୂଜା ଏକ ଉତ୍ସବଠାରୁ ଅଧିକ। ଆଉ ଏବେ ଦୁର୍ଗାପୂଜାକୁ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି। ଆମେ ସମସ୍ତେ ଆନନ୍ଦିତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share