Categories: ଜାତୀୟ

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇନ୍‌ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତର ମାନ୍ୟତାରେ ଅବନତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ। ୨୦୨୦ ବର୍ଷ ହଙ୍ଗର ଇନ୍‌ଡେକ୍ସରେ ଭାରତ ୯୪ ତମ ସ୍ଥାନରେ ଥିଲା। ଚଳିତ ବର୍ଷ ଭାରତର ମାନ୍ୟତା ଆହୁରି ୭ଟି ସ୍ଥାନ ତଳକୁ ଖସିଛି। ଫଳରେ ୧୧୬ଟି ଦେଶକୁ ନେଇ ପ୍ରକାଶ ପାଇଥିବା ତାଲିକାରେ ୧୦୧ତମ ସ୍ଥାନରେ ରହିଛି ଭାରତ।

କଂଗ୍ରେସ ନେତା ଟୁଇଟ୍‌ କରି ଭାଜପା ନେତୃତ୍ୱାଧୀନ ସରକାର ଦେଶରୁ ଦାରିଦ୍ରତା, ଖାଦ୍ୟ ଅଭାବରୁ ମୃତ୍ୟୁ ଭଳି ସମସ୍ୟାକୁ ଦୂର କରିବା ସହିତ ଭାରତକୁ ବିଶ୍ୱ ଶକ୍ତି କରି ଗଢ଼ି ତୋଳିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା। ଭାରତ ଏବେ ହଙ୍ଗର ଇନ୍‌ଡେକ୍ସରେ ପଡ଼ୋଶୀ ନେପାଳ, ପାକିସ୍ତାନ ଓ ବାଂଲାଦେଶ ପଛରେ।

ବିଶ୍ୱରେ ଭୋକିଲା ହାର ଓ ପୁଷ୍ଟିହୀନତାକୁ ଟ୍ରାକ କରୁଥିବା ଗ୍ଲୋବାଲ ହଙ୍ଗର ଇନ୍‌ଡେକ୍ସ (ଜିଏଚ୍‌ଆଇ)ଅନୁଯାୟୀ, ଏହି ତାଲିକାରେ ଚାଇନା, ବ୍ରାଜିଲ ଓ କୁଏତ ସମେତ ୧୮ଟି ଦେଶ ଶୀର୍ଷରେ ଅଛନ୍ତି।

Share