ଚାମ୍ପିୟନ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୦।୯: ଟୋକିଓ ପାରାଲିମ୍ପିକ୍ସରେ ଦେଶ ପାଇଁ ଗୌିରବ ଆଣିଥିବା ସୁନା ପୁଅ ପ୍ରମୋଦ ଭଗତ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ପ୍ରମୋଦ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚବାପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା , ସଚିବ, ଓଡ଼ିଶା ପାରାଲିମ୍ପିକ୍ସର ଆଥଲେଟ ଏବଂ ପ୍ରମୋଦଙ୍କ କୋଚ ଶିବ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ଶୋଭା ଯାତ୍ରା କରି କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ସମ୍ବର୍ଦ୍ଧନା କରିି ତାଙ୍କୁ ୬ କୋଟିର ଚେକ ସହିତ ଗ୍ରୁପ ଏ ଚାକିରି ଲାଗି ନିଯୁକ୍ତି ପତ୍ର ପ୍ରଦାନ କଲେ। ପାରାଲିମ୍ପିକ୍ସରେ ପ୍ରମୋଦ ସ୍ବର୍ଣ୍ଣ ଜିତି ଭାରତରେ ଇତିହାସ ରଚିଛନ୍ତି।

Share