Categories: ଖେଳ

ସ୍ବର୍ଣ୍ଣ ପଦକ ବିଜେତା ନିର୍ମଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଭଦ୍ରକ,୯।୧୦ (ସନାତନ ରାଉତ): ଦକ୍ଷିଣ ଆଫ୍ରିକା ପ୍ରିଟୋରିଆଠାରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ଯାଏ ଅନୁଷ୍ଠିତ ୫ମ ବିଶ୍ୱକପ୍‌ ଟେନିକଏଟ୍‌ ପ୍ରତିଯୋଗିତାରେ ଜର୍ମାନୀକୁ ହରାଇ ଭାରତ ଚାମ୍ପିୟନ ହୋଇଛି। ଭାରତ ପକ୍ଷରୁ ଖେଳିଥିବା ସ୍ବର୍ଣ୍ଣ ପଦକ ବିଜେତା ଭଦ୍ରକର ନିର୍ମଳ ସେନ୍‌(୧୮) ରବିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଓଡ଼ିଶା ସରକାର ଓ ରାଜ୍ୟ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଏସ୍‌.କେ. ସିହ୍ନା, ଅଧ୍ୟକ୍ଷ ଗୋଲକ ନାୟକ, କୋଷାଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ, ଭଦ୍ରକ ଜିଲା ସଂଘ ପକ୍ଷରୁ ସମ୍ପାଦକ ମନୋଜ ସାହୁ ଏବଂ ଓଲଙ୍ଗ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ତାଙ୍କୁ ସ୍ବାଗତ କରିଥିଲେ। ନିର୍ମଳ ଜଣେ ଦିବ୍ୟାଙ୍ଗ ଭାବେ ଠିକ୍‌ରେ କଥା କହିପାରୁ ନ ଥିବା ବେଳେ ସେ ଜଣେ ଅତ୍ୟନ୍ତ ଗରିବ ପିଲା। ଚଳିତବର୍ଷ ବାପାଙ୍କୁ ହରାଇଥିବା ଦୁଃଖରେ ଭାଙ୍ଗି ନ ପଡ଼ି ସେ ଆଜି ଭଦ୍ରକ, ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛନ୍ତି। ତାଙ୍କୁ କୌଣସି ଏକ ଚାକିରି ଓ ଆର୍ଥିକ ସହାୟତା ପ୍ରଦାନ ଲାଗି ଭଦ୍ରକ ସଂଘର ଜିଲା ସଭାପତି ଓ ସରପଞ୍ଚ ସରକାରଙ୍କୁ ଅନୁରୋଧ କରିଛନ୍ତି।

Share