Categories: ଜାତୀୟ

ଜି-୨୦ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀର ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ପହଞ୍ଚିଛନ୍ତି। ମୁଖ୍ୟାଳୟ ବାହାରେ ଭାଜପା କର୍ମୀ ମୋଦିଙ୍କ ଗାଡି ଉପରକୁ ଫୁଲ ପକାଇ ସ୍ବାଗତ କରିଥିଲେ। ଦଳର ସଭାପତି ଜେପି ନଡା ଏବଂ ଅନ୍ୟ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଗାଡିରୁ ଓହ୍ଲାଇ କାର୍ଯ୍ୟକର୍ତ୍ତାଙ୍କଠାରୁ ଅଭିବାଦନ ଗ୍ରହଣ କରି ମୁଖ୍ୟାଳୟକୁ ଯାଇଥିଲେ।
ଏହା ବ୍ୟତୀତ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ମଧ୍ୟ ଧାର୍ଯ୍ୟ କରାଯାଇଛି। କୁହାଯାଉଛି ଯେ, ଏହି ବୈଠକରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଆଗାମୀ ନିର୍ବାଚନକୁ ନେଇ ଭାଜପାର ରଣନୀତି ଉପରେ ଆଲୋଚନା କରାଯିବ।

Share