Advertisement

ଉଦୟନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦୟନାଥ କରୋନା ଯୁଦ୍ଧରେ ଜୟଯୁକ୍ତ ହୋଇଛନ୍ତି। ତାଙ୍କର ଏହି ଜିତିବା ଓଡ଼ିଶାର ଅନ୍ୟମାନଙ୍କୁ ଏହି ମହାମାରୀ ବିରୋଧରେ ଲଢେଇ ପାଇଁ ଅନୁପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସେହିପରି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ଡାକ୍ତରମାନଙ୍କ ପ୍ରଚେଷ୍ଟାରୁ ଏହା ସମ୍ଭବ ହୋଇପାରିଥିବା ଜଣାଇଛନ୍ତି। ଏଥିସହ ଏହି କୋଭିଡ୍‌ ହିରୋଙ୍କୁ ସେ ସାଲ୍ୟୁଟ ଜଣାଇଛନ୍ତି। ସୂଚନାଯୋଗ୍ୟ, ବୃଦ୍ଧ ଉଦୟନାଥ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ଗତ୧୮ ତାରିଖରେ ହସ୍ପିଟାଲରୁ ସେ ଡିସ୍‌ଚାର୍ଜ ହୋଇଛନ୍ତି।

Share