ହାଇବ୍ରିଡ ମିଡ୍‌ଟର୍ମ ଏଣ୍ଡକୋନ୍‌ ଟିମ୍‌କୁ ରାଜ୍ୟପାଳଙ୍କ ଅଭିନନ୍ଦନ

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମ ‘ହାଇବ୍ରିଡ ମିଡ୍‌ଟର୍ମ ଏଣ୍ଡକୋନ୍‌-୨୦୨୧’ ନିମନ୍ତେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବରିଷ୍ଠ ଚିକିତ୍ସକ ଡା. ମନୋଜ କୁମାର ସାହୁ ଏବଂ ତାଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଡାକ୍ତରୀ ବିଦ୍ୟାର ଏକ ନୂଆ ବିପ୍ଳବ ପାଇଁ ପ୍ରଥମଥର ଏହାକୁ ଭୁବନେଶ୍ୱରରେ ଆୟୋଜନ କରା ଯାଇଥିଲା। ଏହାଦ୍ୱାରା ଏଣ୍ଡୋସ୍କୋପିଷ୍ଟ, ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିଷ୍ଟ କ୍ଷେତ୍ରରେ ପରିବର୍ତ୍ତନ ଓ ସୁଧାର ସହ ନୂତନ ଜ୍ଞାନକୌଶଳର ପରିଚୟ ହେବ ବୋଲି ଡା. ସାହୁ ମତ ଦେଇଥିଲେ। ଜାନୁୟାରୀ ୨୨ରୁ ୩ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ଆନ୍ତର୍ଜାତିକସ୍ତରର ଖ୍ୟାତନାମା ଚିକିତ୍ସା ବିଜ୍ଞାନୀ, ସ୍ବାସ୍ଥ୍ୟ ବିଶେଷଜ୍ଞ, ଛାତ୍ର, ଗବେଷକ ଯୋଗ ଦେଇଥିଲେ। ବରିଷ୍ଠ ଚିକିତ୍ସକ ତଥା ଲିଭର ଆଣ୍ଡ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Share